ସ୍ମାର୍ଟ ସ୍କୁଲ୍ ବିଷୟରେ ନିର୍ବାଚିତ ପ୍ରତିନିଧିଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ, ସଭିଏଁ କରୁଛନ୍ତି ପ୍ରଶଂସା

ଗଜପତି(କେନ୍ୟୁଜ): ସ୍କୁଲରେ ନବ ନିର୍ବାଚିତ ସରପଞ୍ଚ, ସମିତି ସଭ୍ଯ, ଜିଲ୍ଲାପରିଷଦ ସାଜିଛନ୍ତି ଛାତ୍ରଛାତ୍ରୀ ଆଉ ଶିକ୍ଷକ ଭାବେ ପାଠ ପଢାଉଛନ୍ତି ଜିଲ୍ଲାର ଜିଲ୍ଲାପାଳ । ଶୁଣିବାକୁ ଟିକେ ଅଲଗା ଲାଗୁଥିଲେ ମଧ୍ୟ ଏପରି ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମାରେ ।

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ତୁମୁଳ ପଞ୍ଚାୟତରେ ଜନ ଶୁଣାଣିରେ ଯୋଗଦେଇ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଫେରୀ ଗୁମ୍ମା ବ୍ଲକ ସଭାଗୃହ ଠାରେ ଏକ ବୈଠକ କରିଥିଲେ । ଏହି ବୈଠକରେ ରାଜ୍ଯ ସରକାରଙ୍କ ଶିକ୍ଷା ସହ ଜଡିତ ସମସ୍ତ ବିଭାଗର ଜିଲ୍ଳାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥାନ୍ତି ଏବଂ ବୈଠକରେ ନବ ନିର୍ବାଚିତ ପ୍ରତିନିଧି ଓ କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ଯ ଉପସ୍ଥିତଥିଲେ। ସମସ୍ତଙ୍କୁ ଜିଲ୍ଲାପାଳ ୫-ଟି ଦ୍ୱାରା ହେଉଥିବା ସ୍ମାର୍ଟ ସ୍କୁଲ ଗୁଡିକ ବିଷୟରେ ପ୍ରଶ୍ନ କରିଥିଲେ । ସେଥିରୁ ଅନେକ ଉତ୍ତର ଦେଉଥାନ୍ତି ଆଉ କିଛି ଉତ୍ତର ସଠିକ ଭାବେ ଦେଇପାରୁନଥିବା ଦେଖିବାକୁ ମିଳିଥିଲା ।

ହଠାତ୍ ଜିଲ୍ଲାପାଳ ବୈଠକରେ ଥିବା ସମସ୍ତଙ୍କୁ ଗୁମ୍ମା ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ଥିବା ସ୍ମାର୍ଟ ସ୍କୁଲକୁ ଚାଲି ଚାଲି ନେଇଯାଇଥିଲେ, ଏବଂ ସେଠାରେ ପ୍ରଥମେ ଯେହେତୁ ୫-ଟି ଅଧିନରେ ତୃତୀୟ ସୋପାନରେ କିଛି ବିଦ୍ୟାଳୟ ସ୍ମାଟ ସ୍କୁଲ ହେବାକୁ ଥିବାରୁ ତାହାର ପ୍ରାକ୍ଟିକାଲ ଦେଖାଇଥିଲେ । ସ୍କୁଲ ପରିସରର ସୌନ୍ଦର୍ଯ୍ଯ, ଶୌଚାଳୟ, ପାନୀୟଜଳ, ଶ୍ରେଣୀ କକ୍ଷ, ପରୀକ୍ଷାଗାର, ଇ-ଲାଇବ୍ରେରୀ ସବୁ ବୁଲି ବୁଲି ଦେଖାଇଲେ । ପରେ ସ୍ମାର୍ଟ କାଲ୍ସ ରୁମରେ ସମସ୍ତଙ୍କୁ ବସାଇ ୫ଟି କଣ? ୫ଟି ଅଧିନରରେ ସ୍ମାର୍ଟ ସ୍କୁଲ କଣ? ପିଲାମାନଙ୍କୁ କିପରି ସ୍ମାଟ ବୋର୍ଡ ଓ ସ୍ମାର୍ଟ ଏଲଇଡିରେ ପାଠ ପଢାଯାଏ ସେ ବିଷୟରେ କ୍ଲାସ ନେଇଥିଲେ ଦୀର୍ଘ ସମୟ ଯାଏଁ । ଏପରିକି ଇଣ୍ଟରନେଟର ବ୍ଯବହାର କରାଯାଇ ପିଲାମାନଙ୍କୁ କିପରି ବିଭିନ୍ନ ବିଷୟରେ ପଢାଯାଏ ତାହାର ଡେମୋ ମଧ୍ୟ ଦେଖାଇଥିଲେ । ଏପରିକି କେଉଁ ମାନେ କନଭେଣ୍ଟ ସ୍କୁଲରେ ପାଠ ପଢିଛ ହାତ ଟେକ କହି ସେମାନଙ୍କୁ ସ୍କୁଲର କ୍ଲାସ ରୁମର ଆସବାବ ପତ୍ରରୁ ବୈଷୟୀକ ବ୍ଯବସ୍ଥା ଓ ଇଲୋଟ୍ରୋନିସ ଗେଜଟ ଗୁଡିକ ବ୍ଯବସ୍ଥା ଆମ ଅଞ୍ଚଳରେ କେଉଁ ସ୍କୁଲରେ ଦେଖିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ଶେଷରେ ସମସ୍ତଙ୍କୁ ନିର୍ବାଚିତ ପ୍ରତିନିଧି ଭାବେ ସ୍ମାର୍ଟ ସ୍କୁଲ ନିର୍ମାଣରେ ସେମାନଙ୍କ ଭାଗୀଦାରୀ, କର୍ତ୍ତବ୍ଯକୁ ଅବଗତ କରାଇଥିଲେ । ଯାହାକୁ ନେଇ ଗୁମ୍ମା ସ୍ମାର୍ଟ ସ୍କୁଲ କର୍ତ୍ତୁପକ୍ଷ, ନିର୍ବାଚିତ ପ୍ରତିନିଧି ସମୟ ଦେଇ ଦୀର୍ଘସମୟ ଛୋଟ ଛୋଟ ଛାତ୍ରଛାତ୍ରୀ ଭଳି ବସି କେବଳ କ୍ଲାସରେ ଭାଗ ନେଇନଥିଲେ ବରଂ ବହୁତ ସନ୍ତୋଷ ମଧ୍ୟ ବ୍ଯକ୍ତ କରିଥିଲେ ।

ସେପଟେ କିଛି ସ୍ଥାନୀୟ ଯୁବକ ଜିଲ୍ଲାପାଳଙ୍କ ଗ୍ରସ୍ତକୁ ନେଇ ସ୍ମାର୍ଟ ସ୍କୁଲ ବାହାରେ ଆଲୋକ ବ୍ଯବସ୍ଥା ସହ ସ୍ମାର୍ଟ ସ୍କୁଲର ନାଳର ସୁବ୍ଯବସ୍ଥା ପାଇଁ ଗଣମାଧ୍ୟମ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଜିଲ୍ଲାପାଳ ସ୍ମାର୍ଟ ସ୍କୁଲରେ ସ୍ମାର୍ଟ କ୍ଲାସ କରି ପ୍ରଶଂସୀତ ହୋଇଛନ୍ତି ସତ କିନ୍ତୁ କିପରି ଲୋକଙ୍କ ଦାବି ପୁରଣ କରି ସ୍ମାର୍ଟ ଜିଲ୍ଲାପାଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.