Below header

ନିଜ ଘରେ କୁକୁର ପରି ରୁହନ୍ତି କମ୍ପାନୀର CEO, ବେକରେ ପଟି ବାନ୍ଧି ମର୍ଣ୍ଣିଂୱାକ୍ କରାନ୍ତି ପତ୍ନୀ

ଆପଣ କୁକୁରଙ୍କୁ ମଣିଷ ପରି ରହୁଥିବାର ଦେଖିଥିବେ । କିନ୍ତୁ କୌଣସି ମଣିଷକୁ ଘରେ କୁକୁର ପରି ରହୁଥିବାର ଦେଖିଛନ୍ତି ? ଏକଥା ଶୁଣିବାକୁ ଅଜବ ଲାଗୁଛି କିନ୍ତୁ ଏହା ସତ । ବ୍ରିଟେନର ଟମ୍ ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ଘରେ କୁକୁର ପରି ରହିଲେ ଖୁସି ଲାଗେ । ଟମଙ୍କର ରହଣୀ ସହଣୀ ଏବଂ ଖାଦ୍ୟ ପାନୀୟ ସବୁ କିଛି କୁକୁର ପରି ।

ତେବେ ଆପଣ ଜାଣି ଆହୁରି ଆଶ୍ଚର୍ଯ୍ଯ ହେବେ ଏକ କମ୍ପାନୀର ସିଇଓ ହେଉଛନ୍ତି ଟମ୍ । ଟମ୍ କେବଳ କୁକୁରର ପୋଷାକରେ ରୁହନ୍ତି ନାହିଁ ବରଂ କୁକୁର ପରି ଘରେ ବୁଲନ୍ତ ଏବଂ କୁକୁର ପରି ଖାଦ୍ୟ ମଧ୍ୟ ଖାଇଥାନ୍ତି । ଟମ୍ ନିଜ ଅଫିସରେ ଜଣେ ସାଧାରଣ ମଣିଷ ପରି ବ୍ୟବହାର କରନ୍ତି । କିନ୍ତୁ ଘରକୁ ଆସିବା ପରେ କୁକୁରଙ୍କ ପୋଷାକ ପିନ୍ଧି କୁକୁର ପରି ବ୍ୟବହାର କରିବା ଆରମ୍ଭ କରିଦିଅନ୍ତି । ଏପରିକି ଘରକୁ କେହି ଅତିଥି ଆସିଲେ ମଧ୍ୟ ସେହି ବେଶରେ ହିଁ ରୁହନ୍ତି ।

dogପିଲାବେଳୁ କୁକୁରଙ୍କୁ ଖୁବ୍ ଭଲ ପାଉଥିବା ଟମ୍ ଏପର‌୍ୟ୍ୟନ୍ତ କୁକୁର ପରି ପୋଷାକ କିଣିବାରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି ।
ଟମଙ୍କର ଏହି ଅଦଭୂତ ସୌକ ପାଇଁ ପତ୍ନୀ ଛାଡି ଚାଲିଯାଇଥିଲେ । କିନ୍ତୁ ପରେ ଘରକୁ ଫେରିଆସିଲେ । ଏବେ ସେ ନିଜ ସ୍ବାମୀଙ୍କ ଏହି ସଉକରେ ଖୁସି ମଧ୍ୟ ଅଛନ୍ତି । ପ୍ରତିଦିନ ସକାଳେ ଟମଙ୍କ ବେକରେ ପଟି ବାନ୍ଧି ମର୍ଣ୍ଣିଂୱାକ୍ କରାଇବା ପାଇଁ ନେଇକି ଯାଆନ୍ତି ପତ୍ନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.