Below header

ନଅ ଜଣ ସ୍ତ୍ରୀ ଥାଇ ମଧ୍ୟ ବୁଝୁନି ମନ, ଏବେ ଆଉ ୨ ଜଣଙ୍କୁ ବିବାହ କରିବେ ଏହି ଯୁବକ

ଆପଣମାନେ କିଛିଦିନ ତଳେ ବ୍ରାଜିଲର ଜଣେ ଯୁବକଙ୍କ ବିଷୟରେ ଖବର ନିଶ୍ଚିତ ପଢିଥିବେ କିମ୍ବା ଶୁଣିଥିବେ। ଯୁବକ ଜଣକ ୯ ଜଣ ପତ୍ନୀଙ୍କ ସହିତ ରହୁଥିବା ବେଳେ ସବୁ ପତ୍ନୀଙ୍କ ପିଲାର ବାପା ହେବାକୁ ଚାହାନ୍ତି ବୋଲି ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଏବେ ପୁଣି ଥରେ ଆଉ ଏକ ଖବର ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି ଏହି ଯୁବକ।

୯ ଜଣ ପତ୍ନୀଙ୍କ ସହିତ ରହୁଥିବା ଆର୍ଥରଙ୍କ ମନ ଦୁଃଖ ରହିଛି। ଆର୍ଥର ୯ ଜଣଙ୍କୁ ବିବାହ କରିସାରିବା ପରେ ବି ଆଉ ୨ ଜଣଙ୍କୁ ବିବାହ କରିବାକୁ ଇଚ୍ଛା ରଖିଛନ୍ତି। ଆର୍ଥରଙ୍କ ୯ ପତ୍ନୀଙ୍କ ମଧ୍ୟରୁ ଅଗାଥା ନାମ୍ନୀ ଜଣେ ପତ୍ନୀ ତାଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ଆର୍ଥର। ସେ କହିଛନ୍ତି ଅଗାଥାଙ୍କ ପରେ ସେ ତାଙ୍କ ସ୍ଥାନ ପୂରଣ କରିବାକୁ ଜଣେ ନୁହେଁ ବରଂ ଏକାଥରକେ ୨ ଜଣଙ୍କୁ ବିବାହ କରିବେ। ଏହି ଦୁଇଜଣଙ୍କୁ ବିବାହ କରିବା ପରେ ଆର୍ଥରଙ୍କ ପତ୍ନୀଙ୍କ ସଂଖ୍ୟା ୧୦ ହୋଇଯିବ।

ଆର୍ଥର ଏହି ୯ ମହିଳାଙ୍କୁ ଏକାସାଙ୍ଗରେ ବିବାହ କରି ଚର୍ଚ୍ଚାରେ ରହିଥିଲେ। ଆର୍ଥର ଗତବର୍ଷ ନଭେମ୍ବରରେ ଏକ ଚର୍ଚ୍ଚରେ ଏକାଥରକେ୯ ଜଣଙ୍କୁ ବିବାହ କରିଥିଲେ। ପ୍ରଥମେ ଅଗାଥା ବିବାହ କରିଥିଲେ ମଧ୍ୟ ପରେ ଆର୍ଥରଙ୍କୁ ଅନ୍ୟ କାହା ସହିତ ସେୟାର କରିବାକୁ ଚାହୁଁନଥିଲେ। ତେଣୁ ଛାଡପତ୍ର ନେବାକୁ ଚାହୁଛନ୍ତି ଅଗାଥା।

ପତ୍ନୀଙ୍କର ଏପରି ନିଷତ୍ତିରେ ଆର୍ଥର କହିଛନ୍ତି, ଏହାର କୌଣସି ଅର୍ଥ ନାହିଁ। ମୋତେ ସେମାନଙ୍କ ସହିତ ସେୟାର କରିବାକୁ ପଡିବ। ମୁଁ ଛାଡପତ୍ର ନିଷ୍ପତ୍ତି ଜାଣିବା ପରେ ବହୁତ ଦୁଃଖିତ ଏବଂ ଅଗାଥାଙ୍କ ବୟାନରେ ଆଶ୍ଚର୍ଯ୍ୟ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.