Below header

WHO ର ନୂଆ ରିପୋର୍ଟ: ୯୯ ପ୍ରତିଶତ ନିଶ୍ୱାସରେ ନେଉଛନ୍ତି ପ୍ରଦୂଷିତ ବାୟୁ, ଯାହା ବଢ଼ାଉଛି ରୋଗ

ବିଗତ ୩ ବର୍ଷ ହେବ କରୋନା ଭାଇରସ କବଳରେ ବିଶ୍ବବାସୀ। କିନ୍ତୁ ବର୍ତ୍ତମାନ ଏହି ମହାମାରୀର ପ୍ରକୋପ କମିବାରେ ଲାଗିଛି। ୟାରି ମଧ୍ୟରେ ୱାର୍ଲ୍ଡ୍ ହେଲ୍ଥ ଅର୍ଗାନାଇଜେସନ (WHO) ଅନ୍ୟ ଏକ ଚିନ୍ତାଜନକ ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟ ଅନୁଯାୟୀ ବିଶ୍ୱର ପ୍ରାୟ ୯୯ ପ୍ରତିଶତ ଲୋକ ନୂଆ ନିଶ୍ଵାସରେ ନେଉଛନ୍ତି ପ୍ରଦୂଷିତ ବା ଅସ୍ୱାସ୍ଥ୍ୟକର ବାୟୁ। ଏମିତିକି ଅମ୍ଳଜାନ ଠିକ୍ ଭାବେ ମିଳୁନି। ଲୋକମାନେ ଯେଉଁ ବାୟୁ ନେଇଛନ୍ତି, ତାର ପ୍ରଦୂଷଣର ସ୍ତର ଯଥେଷ୍ଟ ଅଧିକ। ଯାହାକି ଲୋକଙ୍କ ପାଇଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି।

who
picture credit- Reuters

ଏମିତିକି ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରାୟ ୨୦୦୦ ସହର ବର୍ତ୍ତମାନ ଏହି ଦୂଷିତ ବାୟୁରେ ରହିଛି। ୧୧୭ ଦେଶର ୬ ହଜାରରୁ ଅଧିକ ସହରରେ ପ୍ରଦୂଷଣ ରେକର୍ଡ ସଂଖ୍ୟା ମନିଟରିଙ୍ଗ କରାଯାଉଛି। ‘ହୁ’ କହିଛି ଯେ ବର୍ତ୍ତମାନ ମଧ୍ୟମ ଧରଣର ରୋଜୋଗାର କରୁଥିବା ଦେଶ ସବୁଠୁ ଅଧିକ ବାୟୁ ପ୍ରଦୂଷଣର ସାମ୍ନା କରୁଛି। ଏହି ସହର ଗୁଡିକର ବାୟୁରେ ଅଧିକ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ର ରହିଛି। ଯାହାକୁ ଲୋକେ ନିଶ୍ୱାସରେ ନେଉଛନ୍ତି ଓ ବଡ଼ ବଡ଼ ରୋଗର ଶିକାର ହେଉଛନ୍ତି।

ତେବେ ଜୀବାଶ୍ମ ଇନ୍ଧନ ବ୍ୟବହାର ରୋକିବା ଏବଂ ବାୟୁ ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାର ଗୁରୁତ୍ୱପୂ୍ଣ୍ଣ ଦାୟିତ୍ୱ ନେଉଛି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ। ଏପ୍ରିଲ୍ ୭ ତାରିଖରେ ପାଳନ କରାଯାଉଥିବା ବିଶ୍ବ ସ୍ୱାସ୍ଥ୍ୟ ଦିବସ ଅବସରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବାୟୁ ମାପକ ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା। ଯାହା ଦ୍ଵାରା ଜଣାପଡ଼ିଥିଲା ଯେ ବାୟୁରେ ଅଧିକ ପରିମାଣରେ ଯବକ୍ଷାରଜାନ ଡାଇଅକ୍ସାଇଡ୍ ମିଶୁଛି, ଯାହାକୁ ଅଧିକ ମାତ୍ରାରେ ଲୋକ ନିଶ୍ଵାସରେ ଗ୍ରହଣ କରୁଛନ୍ତି। କହିବାକୁ ଗଲେ ଏହା ସହରାଞ୍ଚଳ ଅଧିକ ଦେଖିବାକୁ ମିଳୁଛି। ପୁଣି ଏହି କାରଣରୁ ବାୟୁରେ ପାର୍ଟିକୁଲେଟ ମ୍ୟାଟର ଓ ଓଜନ ସ୍ତର ବୃଦ୍ଧି ପାଉଛି।

‘ହୁ’ ଏହା ମଧ୍ୟ କହିଛି ଯେ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ (NO2) ଅଧିକ ମାତ୍ରାରେ ସହର ବାୟୁରେ ରହୁଛି। ଏହା ହେଉଛି ମାନବକୃତ।
୨୦୧୧ ରେ ଡାଟାବେସ୍ ଲଞ୍ଚ ହେବା ପରଠାରୁ ଏହିଥର ରିପୋର୍ଟିଂରେ ପ୍ରାୟ ୬ ଗୁଣା ବୃଦ୍ଧି ପାଇଛି ବାୟୁ ପ୍ରଦୂଷଣ। WHO ଏହି ବାୟୁପ୍ରଦୂଷଣ ରୋକିବା ଅନେକ ନିର୍ଦ୍ଦେଶାବଳୀ ମଧ୍ୟ ତିଆରି କରିଛି। କାରଣ ଦିନକୁ ଦିନ ବାୟୁ ପ୍ରଦୂଷଣ ଅଧିକ ମାତ୍ରାରେ ବଢ଼ିବାରେ ଲାଗୁଛି। ଏହାର ମୂଳ କାରଣ ହେଉଛି ସହରୀକରଣ ଓ ନୂଆ ନୂଆ କମ୍ପାନୀ ଗୁଡ଼ିକର ତିଆରି। ଏହା ଛଡ଼ା ଅନ୍ୟ ମୁଖ୍ୟ କାରଣ ହେଉଛି ଗଛ କାଟିବା ଓ ପରିବେଶ ସଫା ନ ରଖିବା।

ରୋଷେଇ କରିବା ସମୟରେ ଅଧିକ ଚୁଲା ବ୍ୟବହାର କରିବା। ଜନସାଧାରଣ ପରିବହନ ବ୍ୟବସ୍ଥାକୁ ଅଣଦେଖା କରି ଅଧିକ ନିଜର ଗାଡ଼ି ବ୍ୟବହାର କରିବା। ଶିଳ୍ପ ଏବଂ ମ୍ୟୁନିସିପାଲିଟି ବର୍ଜ୍ୟବସ୍ତୁକୁ ଅଧିକ ଭାବେ ତିଆରି କରିବା। ଜଙ୍ଗଲରେ ନିଆଁ ଲାଗିବା ଏବଂ କେତେକ କୃଷି-ବନବିଭାଗ କାର୍ଯ୍ୟକଳାପକୁ କମ୍ କରିବା। ଏହି ସବୁ ମୁଖ୍ୟ କାରଣ ବାୟୁ ପ୍ରଦୂଷଣ ପାଇଁ। ଏୟାର କ୍ୱାଲିଟି ଗାଇଡଲାଇନ ହିସାବରେ, ନିଜ ସହରକୁ ଯେତେ ମାତ୍ରାରେ ସବୁଜ କରିବା ଉଚିତ୍ ଅର୍ଥାତ୍ ଗଛ ଲଗାଇବା ଦରକାର୍। ଯାହାଦ୍ବାରା ଲୋକଙ୍କର ଅନେକ ରୋଗ ମଧ୍ୟ ଦୂର ହେବ ଓ ପ୍ରଦୂଷଣର କାରଣ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ।

ତେବେ ‘ହୁ’ ର କହିବା ଅନୁସାରେ ଖାସ କରି ହାର୍ଟ ଜନିତ ରୋଗ ଅଧିକ ହୁଏ ବାୟୁ ପ୍ରଦୂଷଣ ପାଇଁ। ସେଥି ପାଇଁ ପରିବେଶ ସୁରକ୍ଷିତ ରଖିବା ଦରକାର। WHO ର ଜଳବାୟୁ ପରିବର୍ତ୍ତନ ଓ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ଼ାକ୍ତର ମାରିଆ ନିରା କହିଛନ୍ତି ପ୍ରତିବର୍ଷ ବିଶ୍ବରେ ପ୍ରାୟ ୧ କୋଟି ୩୦ ଲକ୍ଷ ଲୋକ ପରିବେଶ ପ୍ରଦୂଷଣ ପାଇଁ ମୃତ୍ୟୁ ବରଣ କରୁଛନ୍ତି। ଯାହାକି ବୈଜ୍ଞାନିକମାନେ ପରୀକ୍ଷା କରି ଜାଣିପାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.