ବ୍ଲଡ ପ୍ରେସର ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟାକୁ ଦୂର କରିବା ପାଇଁ ରାତିରେ କରନ୍ତୁ ଏପରି ସ୍ନାନ, ପାଇବେ ବହୁତ ଫାଇଦା

ଖରାଦିନରେ ଗରମ କାରଣରୁ ଅନେକ ଲୋକ ଚିଡ଼ ଚିଡ଼ା ସ୍ୱଭାବର ହୋଇଯାନ୍ତି । ଅସହ୍ୟ ଗରମ ପାଇଁ କୌଣସି କାମରେ ମନ ଲାଗେ ନାହିଁ । ଏମିତିରେ ସମସ୍ତେ ନିଜକୁ ରିଲାକ୍ସ କରିବା ପାଇଁ ଅନେକ ଉପାୟ ଆପଣାନ୍ତି । କେହି ଜୁସ ପିଅନ୍ତି ତ ଅନ୍ୟ କିଏ କୋଲଡ୍ରିଙ୍କସ୍ । ଏମିତିରେ କିଛି ସମୟ ପାଇଁ ଗରମରୁ ଆଶ୍ୱସ୍ତି ମିଳିଯାଏ । କିନ୍ତୁ ରାତିରେ ଯଦି ଆମେ ଏସବୁ ପିଇବା ତେବେ ଦେହ ଖରାପ ହେବାର ସମ୍ଭାବନା ମଧ୍ୟ ରହିଥାଏ ।

ଖାସ କରି ଖରାଦିନରେ ରାତି ସମୟରେ ଅଧିକ ଗରମ ଜଣାଯାଏ । ଏହିସମୟରେ ନିଦ ହେବା ମଧ୍ୟ ବଡ଼ କଷ୍ଟ । ଆଜି ଆମେ ଏକ ଏମିତି ଟିପ୍ସ ଆପଣଙ୍କ ସହ ସେୟାର କରିବୁ ଯାହାକୁ ଆପଣାଇ ରାତିରେ ସୁଖ ନିଦ୍ରା ପାଇପାରିବେ । ଖରାଦିନରେ କିଛି ଲୋକ ରାତିରେ ଗାଧୋଇବାକୁ ପସନ୍ଦ କରନ୍ତି । କିନ୍ତୁ ସମସ୍ତ ଲୋକ ଏହା ସମ୍ବନ୍ଧୀୟ ମିଳୁଥିବା ଉପକାର ସମ୍ପର୍କରେ ଜାଣିନାହାନ୍ତି । ଆଜି ଆମେ ଏହାର ଫାଇଦା ସମ୍ପର୍କରେ ଆପଣଙ୍କୁ କହିବୁ ।

ଦିନ ସାରା କାମ କରିବା ପରେ ରାତିରେ ସମସ୍ତେ ଭଲ ନିଦ ଚାହିଁଥାନ୍ତି । କିନ୍ତୁ ଗରମ କାରଣୁ ଏହାସମ୍ଭବ ହୋଇନଥାଏ । ଏହିସମୟରେ ଆପଣ ରାତିରେ ଗାଧୋଇ ପାରିବେ । ରାତିରେ ସ୍ନାନ କରିବା ଦ୍ୱାରା କେବଳ ଶରୀର ନୁହେଁ ବରଂ ମସ୍ତିଷ୍କ ମଧ୍ୟ ଶାନ୍ତ ହୋଇଯାଏ । ଏବେ ଜାଣନ୍ତୁ ଏହାର ଫାଇଦା:

– ରାତିରେ ଗାଧୋଇବା ପରେ ଆଳସ୍ୟ ବା ଥକାପଣ ଦୂର ହୋଇଥାଏ । ରାତିରେ ଗାଧୋଇବା ଦ୍ୱାରା ଇମ୍ୟୁନିଟି ଲେଭଲ ବଢ଼ିଥାଏ । ମାଇଣ୍ଡ ମଧ୍ୟ ଫ୍ରେସ ରହିଥାଏ । ଏହାକାରଣୁ ରାତିରେ ଭଲ ନିଦ ହୋଇଥାଏ ।

-ବ୍ଲଡ ପ୍ରେସର କୁ ନିୟନ୍ତ୍ରଣ କରିବା ପାଇଁ ଚାହୁଁଥିଲେ ରାତିରେ ଗାଧାନ୍ତୁ । ଉଚ୍ଚ ରକ୍ତଚାପକୁ କମାଇବା ପାଇଁ ତଥା ଏହାକୁ କଣ୍ଟ୍ରୋଲ କରିବା ପାଇଁ ରାତିରେ ଗାଧାନ୍ତୁ ।

– ବେଶି ଗରମ କିମ୍ବା ଥଣ୍ଡା ପାଣିରେ ଗାଧୋଇବାଦ୍ୱାରା ଶରୀରରୁ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ଏହାଦ୍ୱାରା ମୋଟାପା କମିଯାଏ ।ତେଣୁ ମୋଟା ତଥା ଅଧିକ ଚର୍ବି ଥିବା ଲୋକମାନେ ମଧ୍ୟ ରାତିରେ ଗାଧୋଇଲେ ସେମାନେ ଅଳ୍ପ ସମୟ ମଧ୍ୟରେ ପତଳା ହୋଇପାରିବେ ।

– ଶରୀରରେ ବ୍ଲଡ ସକ୍ୟୁଲେସନ ବଢ଼ିଥାଏ, ଯଦି ଆପଣ ରାତିରେ ଗାଧୋଇବେ । ଏହାଦ୍ୱାରା ଶରୀରରେ ଥକାପଣ ଦୂର ହୁଏ । ତେଣୁ ରାତିରେ ଅଳ୍ପ ଉଷୁମ ପାଣିରେ ଗାଧାନ୍ତୁ ।

-ଏହାବ୍ୟତିତ ସ୍କିନ ସମସ୍ୟାକୁ ମଧ୍ୟ ଏହି ଉପାୟ ଦୂର କରେ । ଏହାଦ୍ୱାରା ପିମ୍ପଲସ୍ ଦୂର, ତ୍ୱଚା ଉଜ୍ୱଳ ହୋଇଥାଏ । ଗାଧୋଇବା ପରେ ଆପଣ ମଶ୍ଚରାଇଜର ଲଗାଇପାରିବେ । ଏହାମଧ୍ୟ ସ୍କିନ ପାଇଁ ଭଲ ଫାଇଦା ଯୋଗାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.