ନିରୋଗୀ ରହିବାକୁ ଏହି ୫ଟି ଅଙ୍ଗ ଗୁରୁତ୍ୱପୂର୍ଣ୍ଣ, କେମିତି ଧ୍ୟାନ ରଖିବେ ଏହି ଅଙ୍ଗଗୁଡିକର, ଜାଣନ୍ତୁ ଟିପ୍ସ

ବର୍ତ୍ତମାନ ରୋଗ ଯେମିତି ବନ୍ଧୁ ହୋଇଗଲାଣି । କେହି ବି ପୁରା ସୁସ୍ଥ ଜୀବନ ବିତାଇବା ମୁସ୍କିଲ । ଆମେ ଭାବୁ ଶରୀରରେ କିଛି ସମସ୍ୟା ନାହିଁ ତ ଆମକୁ କିଛି ରୋଗ ନାହିଁ । ହେଲେ ବଡକଥା ହେଉଛି ରୋଗର ପ୍ରାଥମିକ ଅବସ୍ଥା ପାରି ହେଲା ପରେ ଯେବେ ଅଧିକ ସମସ୍ୟା ଆସେ ଅର୍ଥାତ ଶରୀରକୁ ସିଗନାଲ ଦେଇଥାଏ ତେବେ ଜଣାପଡେ କଣ ସମସ୍ୟା ରହିଛି । ଏଥିପାଇଁ ଆପଣ କେତେ ସଜାଗ ଅଛନ୍ତି ? ଯଦି ରୋଗ ଆଉ ରୋଗୀଙ୍କୁ ଦେଖାଯାଏ ତେବେ ଆପଣ ଅନୁଭବ କରିପାରିବେ କି ରୋଗ ଶରୀରର ୫ଟି ଅଙ୍ଗସହ ବିଶେଷ ଭାବରେ ଯୋଡା । ଏଥିମଧ୍ୟରେ ହାର୍ଟ, କିଡନୀ, ଲିଭର, ବ୍ରେନ ଓ ଅଗ୍ନାଶୟ ଅଟେ । ଏହି ପାଞ୍ଚଟି ଅଙ୍ଗକୁ ସୁସ୍ଥ ରଖିପାରିଲେ ଆପଣ ଅଧିକ ବର୍ଷଯାଏଁ ନିରୋଗୀ ରହିପାରିବେ । ୱାର୍ଲଡ ହେଲ୍ଥ ଡେ ରେ ଜାଣନ୍ତୁ ଏସବୁ ଅଙ୍ଗ କିଭଳି ସୁସ୍ଥ ରହିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହାର୍ଟକୁ ସୁସ୍ଥ ରଖିବା ପାଇଁ ପାଞ୍ଚଟି କଥା କହିଛନ୍ତି । ସଂଗଠନ କହିଛି କି ହାର୍ଟକୁ ସୁସ୍ଥ ରଖିବାର ଅଛି ତେବେ ଖାଦ୍ୟରେ ଫଳ, ପନିପରିବା, ନଟସ, ଅନାଚ ଓ ଡାଲିଜାତୀୟ ପରି ଜିନିଷ ସାମିଲ କରନ୍ତୁ । ଅଧିକ ଲୁଣ, ତେଲ ଓ ପ୍ୟାକେଟ ଜାତୀୟ ଖାଦ୍ୟକୁ କମାନ୍ତୁ । ସପ୍ତାହରେ ଅତି କମରେ ଅଢେଇ ଘଣ୍ଟା ଏକ୍ସରସାଇଡ କରନ୍ତୁ ଏବଂ ବଢୁଥିବା ଓଜନକୁ କଣ୍ଟ୍ରୋଲ କରନ୍ତୁ । ତମାଖୁ ଓ ମଦ୍ୟପାନଠାରୁ ଦୂରେଇ ରୁହନ୍ତୁ । ନିଜ ବ୍ଲଡ ପ୍ରେସର ଓ ବ୍ଲଡସୁଗାର ଚେକ କରୁଥାନ୍ତୁ । ଏହାକୁ ଅଳ୍ପ ରଖିବା ପାଇଁ ଚେଷ୍ଟା କରନ୍ତୁ ।

ୱାର୍ଲଡ କିଡନୀ ଡେର ଅନୁସନ୍ଧାନକାରୀଙ୍କ ହିସାବରେ କୁଡନୀକୁ ସୁସ୍ଥ ରଖିବା ପାଇଁ ୩ଟି କଥାର ସବୁଠୁ ବେଶୀ ଭୂମିକା ରହିଛି । ଖାଦ୍ୟପେୟ, ପାଣି ଓ ବ୍ଲଡ ପ୍ରେସର । ସୁସ୍ଥ କିଡନୀ ପାଇଁ ପ୍ରତିଦିନ ଅତିକମରେ ୨ଲିଟର ପାଣି ଜରୁରୀ ଅଟେ । ବ୍ଲଡ ପ୍ରେସର ଓ ବ୍ଲଡ ସୁଗାର କଣ୍ଟ୍ରୋଲରେ ରଖିବା ଜରୁରୀ । ଖାଦ୍ୟରେ ଲୁଣକୁ କମ କରିବା ଉଚିତ । ଧୂମପାନଠୁ ଦୂରରେ ରୁହନ୍ତୁ ଓ ଓଜନ କମାନ୍ତୁ ।

ୱାର୍ଲଡ ହେଲ୍ଥ ସ୍କୁଲର ସୂଚନା ହିସାବରେ ଯଦି କାଣସି ବ୍ୟକ୍ତି ନିଜ ସମ୍ପର୍କୀୟ ଓ ପରିବାର ସାଙ୍ଗସାଥୀ ସହ ସପ୍ତାହରେ ୨କି ୩ଥର ଭଲ ସମୟ ବିତାନ୍ତି ସେମାନଙ୍କ ମଧ୍ୟରେ ମେଣ୍ଟାଲ ଡିଜଅଡର ଭଳି ଡିପ୍ରେସନ, ଆଙ୍ଗଜାଇଟିର ବିପଦ କମ ରହେ । ଏତିକି ନୁହେଁ ଏଭଳି ଲୋକଙ୍କର ରିକଭରି ମଧ୍ୟ ଶୀଘ୍ର ହୋଇଥାଏ । ସବୁଠୁ ବଡ ଶତ୍ରୁ ହେଉଛି ଏକୁଟିଆପଣ । ଏହାଠାରୁ ଯେତେ ଦୂରରେ ରହିବେ ସେତେ ଭଲ ରହିବେ ।

ଲିଭର ଫାଉଣ୍ଡେସନ ରିପୋର୍ଟ ହିସାବରେ ଲିଭର ପାଇଁ ଦୂଷିତ ଖାଧ୍ୟପେୟ ଓ ଆଲକହଲ ସବୁଠୁ ବଡ ଶତ୍ରୁ ଅଟେ । ସୁସ୍ଥ ଲିଭର ପାଇଁ ଅଳ୍ପ ରୋଷେଇ ହୋଇଥିବା ଖାଦ୍ୟ, ତେଲ ମସଲା ଠାରୁ ବଞ୍ଚନ୍ତୁ । ଭୋଜନରେ ଏଭଳି ଜିନିଷର ମାତ୍ରା ବଢାନ୍ତୁ ଯେଉଁଥିରେ ଫାଇବର ବହୁତ ରହିଛି । ହାତକୁ ଭଲଭାବରେ ଧୋଇବା ପରେ ହିଁ ଖାଦ୍ୟ ଖାଇବା ଭଲ ।

ହେଲ୍ଥଲାଇନର ରିପୋର୍ଟ ହିସାବରେ ଅଗ୍ନାଶୟକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ବାୟାମ ନିହାତି ଜରୁରୀ ହୋଇଥାଏ । କାରଣ ଏହାଦ୍ୱାରା ବଢୁଥିବା ବ୍ଲଡପ୍ରେସର କମ ହୋଇଥାଏ ଓ ଏହାକୁ କାମ କରିବା ପାଇଁ କ୍ଷମତା ଯୋଗାଇଥାଏ । ଏହି ଅଙ୍ଗ ଭଲ ରଖିବାକୁ ହେଲେ ଧୂମପାନଠୁ ଦୂରେଇ ରହିବା ଉଚିତ ଓ ଓଜନକୁ ହ୍ରାସ କରିବା ଭଲ । ୬୦ରୁ ଅଧିକ ବୟସର ଲୋକ, ମେଦବହୁଳତା ଓ ହାଇ ବ୍ଲଡପ୍ରେସର ରହୁଥିବା ଲୋକେ ଶରୀରର ଏହି ପାର୍ଟ ପାଇଁ ରିସ୍କ ବଢାଇଥାନ୍ତି । ତେଣୁ ଆଲର୍ଟ ରହିବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.