Below header

ରୁଷକୁ ମାନବାଧିକାର ପରିଷଦରୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆଣିଛି ଆମେରିକା, ଆଜି ଜାତିସଂଘ ମହାସଭାରେ ହେବ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ): ଜାତିସଂଘ ମାନବାଧିକାର ପରିଷଦରୁ ହଟିବ କି ରୁଷ ? ଏ ପ୍ରସ୍ତାବ ନେଇ ଆଜି ଜାତିସଂଘ ମହାସଭାରେ ହେବ ନିଷ୍ପତ୍ତି । ବୁଚା ନରସଂହାର ଘଟଣାକୁ ନେଇ ରୁଷକୁ ମାନବାଧିକାର ପରିଷଦରୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆଣିଛି ଆମେରିକା । ଗୋଟିଏ ଦେଶକୁ ଜାତିସଂଘ ମାନବାଧିକାର ପରିଷଦରୁ ବାହାର କରିବାକୁ ହେଲେ ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ । ଜାତିସଂଘ ସାଧାରଣ ପରିଷଦରେ ୧୯୩ ସଦସ୍ୟ ଦେଶ ରହିଛନ୍ତି । ଯେଉଁ ଦେଶ ଭୋଟ ଦାନରୁ ବିରତ ରହିବେ, ସେମାନଙ୍କୁ ଗଣତିରେ ନିଆଯିବ ନାହିଁ । ଜେନେଭା ସ୍ଥିତ ମାନବାଧିକାର ପରିଷଦରେ ୪୭ ଦେଶ ସଦସ୍ୟ ଅଛନ୍ତି ।

ଜାତିସଂଘ ସାଧାରଣ ପରିଷଦ ସଦସ୍ୟ ମାନବାଧିକାର ପରିଷଦ ପାଇଁ ସଦସ୍ୟ ନିର୍ବାଚିତ କରିଥାନ୍ତି । ଶେଷ ଥର ପାଇଁ ୨୦୧୧ରେ ମାନବାଧିକାର ଉଲ୍ଲଘଂନ ଅଭିଯୋଗରେ ଲିବିଆକୁ ମାନବାଧିକାର ପରିଷଦରୁ ହଟାଇ ଦିଆଯାଇଥିଲା । ଏବେ ବୁଚା ନରସଂହାର ଘଟଣା ସାରା ବିଶ୍ୱକୁ ବିଚଳିତ କରୁଛି । ୟୁକ୍ରେନ ଓ ପାଶ୍ଚାତ୍ୟ ଦେଶ ରୁଷକୁ ଦାୟୀ କରୁଛନ୍ତି । ଯାହାକୁ କ୍ରେମଲିନ ଖଣ୍ଡନ କରି ଆସୁଛି । ଆମେରିକା କିନ୍ତୁ ଜାତିସଂଘ ମାନବାଧିକାର ପରିଷଦରୁ ରୁଷକୁ ହଟାଇବାକୁ ଆରମ୍ଭ କରି ପ୍ରୟାସ । ଆମେରିକାର ଯୁକ୍ତି, ମାନବଧିକାର ନେଇ ରୁଷ ଉତ୍ତରଦାୟୀ ରହିବା ଦରକାର । ସେପଟେ ରୁଷ ଚେତାଇ ଦେଇଛି ଯେଉଁମାନେ ଆମେରିକା ପ୍ରସ୍ତାବକୁ ସମର୍ଥନ କରି ଭୋଟ ଦେବେ କିମ୍ବା ଭୋଟ ଦାନରୁ ବିରତ ରହିବେ ସେମାନେ ରୁଷର ବନ୍ଧୁ ନୁହନ୍ତି ବୋଲି ଗ୍ରହଣ କରାଯିବ । ସେହି ଦେଶଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିଚାର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.