ହ୍ଵାଟ୍ସ ଆପର ନିୟମ ଉଲଙ୍ଘନ କରି ବ୍ୟାନ ହେଲେ ୟୁଜର୍ସ, କଣ ସେସବୁ ନିୟମ ଜାଣନ୍ତୁ

ବର୍ତ୍ତମାନ ସୋସିଆଲ ମିଡିଆ ଜମାନାରେ ଅନେକ ଆପ୍ସର ଆବଶ୍ୟକତା ଅଧିକ । ଯେମିତିକି ଜରୁରୀ ଆପ୍ସ ଭିତରେ ହ୍ଵାଟସପ । ଯାହା ଜୀବନକୁ ବହୁତ ହି ସରଳ କରିଦେଇଛି ଘରେ ବସି ଅନ୍ୟଦେଶରେ ଥିବା ସମ୍ପର୍କୀୟ ହୁଅନ୍ତୁ ଅବା ନିଜ କାମ ହେଉ ଅବା କୌଣସି ବି ିନଫରମେସନ ଝଟସେ ସମାଧାନ କରିଦିଏ ଏହି ଆପ । ବର୍ତ୍ତମାନ ହ୍ଵାଟସପ ବ୍ୟବହାରକାରୀଙ୍କ ସଂଖ୍ୟା କେତେ ତାହା ଆପଣ ଜାଣିଥିବେ । କିନ୍ତୁ ଥରେ ଭାବନ୍ତୁ ତ ଯଦି ଏହି ଆପ ଆପଣଙ୍କର ହଠାତ କୌଣସି ବିନା ସୂଚନାରେ ବ୍ୟାନ ହେଇଯାଏ ତେବେ କଣ ହେବ । ଏହା ଏବେ ଏବେ ଲକ୍ଷ ଲକ୍ଷ ୟୁଜର୍ସଙ୍କ ସହ ହୋଇସାରିଛି ।

ମାର୍ଚ୍ଚରେ ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ଵାଟସପ ନିଜର ମନ୍ଥଲି ରିପୋର୍ଟ ଜାରି କରିଛି । ରିପୋର୍ଟ ହିସାବରେ ଫେବୃଆରୀରେ ହ୍ଵାଟସପ ୧୪.୨୬ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଥିବା କହିଛି । ଏହା ଭିତରେ ବଡ ପ୍ରଶ୍ନ ଏଇଆ କି ହ୍ଵାଟସପ ଏଭଳି କାହିଁକି ଓ କେଉଁ ଆଧାରରେ କରିଥାଏ । ୟୁଜରଙ୍କ କୋଉଁ ଭୁଲ ପାଇଁ ଏହା କରିଥାଏ ହ୍ଵାଟସପ ।

ହ୍ଵାଟସପ କାହିଁକି ଆପଣଙ୍କୁ ବ୍ୟାନ କରିପାରେ ଜାଣନ୍ତୁ । ଯଦି ଆପଣ ବାରମ୍ବାର କେଉଁ ମଣିଷଙ୍କୁ ହ୍ଵାଟସପ ମେସେଜ ପଠାଉଛନ୍ତି ଯିଏ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ନାହାନ୍ତି ତେବେ ଆକାଉଣ୍ଟକୁ ବ୍ଲକ କରାଯାଇପାରେ । ଯଦି ଆପଣଙ୍କ ୁ ଅନେକ ହ୍ଵାଟସପ ୟୁଜର ବ୍ଲକ କରିଛନ୍ତି ତେବେ ହ୍ଵାଟସପ ଆପଣଙ୍କ ସହ ଏଭଳି କରିପାରେ ।

ଯଦି କୌମସି ୟୁଜର କାହାକୁ ଖରାପ ଲିଙ୍କ ପଠାଇଥାଏ ତେବେ ହ୍ଵାଟସପ ଏହାକୁ ବ୍ୟାନ କରିପାରେ । ଏହା ଛଡା ଯଦି କେହି ହ୍ଵାଟସପ ଡେଲ୍ଟା, ଜିବି ହ୍‌ାଟସପ ଓ ହ୍ଵାଟସପ ପ୍ଲସ ଭଳି ଥାର୍ଡ ପାର୍ଟି ଆପର ବ୍ୟବହାର କରିଥାଏ ତେବେ ବି ହ୍ଵାଟସପ ଏଭଳି ପଦକ୍ଷେପ ନେଇପାରେ ।

କାହାକୁ ବି ପର୍ଣ୍ଣ ଭିଡିଓ , ଆପତ୍ତିଜନକ କଣ୍ଟେଣ୍ଟ ଅଥବା ଭୁଲ ସୂଚନା ବାରମ୍ବାର ପଠାଇବା ଦ୍ୱାରା ହ୍ଵାଟସପ ସର୍ତ୍ତର ଉଲଙ୍ଘନ ହୋଇଥାଏ । ତେବେ ଏହା ମଧ୍ୟ ଏକ ପ୍ରକାରର କାରଣ ଅଟେ ଆକାଉଣ୍ଟ ବ୍ୟାନ ହେବାର । କହିରଖୁଛୁ ଯଦି କେହି ହ୍ଵାଟସପରେ ଏଭଳି ଆକ୍ଟିଭିଟି କରେ ଯାହା ଅପରାଧର ଦାୟରରେ ଆସିଥାଏ । ତେବେ ଆକାଉଣ୍ଟ ବ୍ୟାନ କରାଯାଇପାରେ ।

ହ୍ଵାଟସପ ଆକାଉଣ୍ଟର ବ୍ୟାନ ହେବାପରେ ୟୁଜର୍ସଙ୍କୁ ଏହାର ମେସେଜ ଆସିଥାଏ । ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଆକାଉଣ୍ଟ ଭୁଲରେ ବ୍ୟାନ ହୋଇଯାଇଛି ତେବେ ହ୍ଵାଟସପକୁ ଇମେଲ ଜରିଆରେ ଅପିଲ କରାପାରିବେ । ହ୍‌ାଟସପର ଅଫିସିଆଲ ୱେବସାଇଟରେ ଯାଇ କଣ୍ଟାକ୍ଟ କରିବା ପରେ କମ୍ପ୍ଲେନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.