ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ ସ୍ତ୍ରୀ ଖାଇବାକୁ ଦେଉଛନ୍ତି କେବଳ ‘ଲଡୁ’, ସ୍ୱାମୀ କହିଲେ, ‘ମୋତେ ଛାଡ଼ପତ୍ର ଦରକାର’

ଦୁନିଆରେ ଅନେକ ଅଜବ ଘଟଣା ସାମ୍ନାକୁ ଆସୁଛି। ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମେରଠ ଜିଲାରେ, ଯେଉଁଠି ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ତାନ୍ତ୍ରିକଙ୍କ ପ୍ରଭାବରେ ଆସି ତାଙ୍କୁ କେବଳ ‘ଲଡୁ’ ହିଁ ଖାଇବାକୁ ଦେଉଛନ୍ତି। ତେଣୁ ସେ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ଚାହୁଁଛନ୍ତି। ଏଭଳି ଏକ ରୋଚକ ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ବ୍ୟକ୍ତି ଜଣକ ଏହି ଅଭିଯୋଗ ନେଇ ପରିବାର ଅଦାଲତକୁ ଯାଇଥିଲେ। ସେ କହିଥିଲେ ଯେ ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ ତାଙ୍କ ସ୍ତ୍ରୀ ତାଙ୍କୁ ସକାଳେ ଚା’ ଏବଂ ସନ୍ଧ୍ୟାରେ ୪ଟି ଲଡ଼ୁ ଖାଇବାକୁ ଦେଉଛନ୍ତି। ମଝିରେ ମଝିରେ ଆଉ କୌଣସି ଖାଦ୍ୟ ଦେଉନାହାନ୍ତି।

laddu1

ଏହାସହ ପଢ଼ନ୍ତୁ: ଆହତ ଚିତାର ଫଟୋ ଉଠାଇବା ପାଇଁ ଜମିଥିଲା ଲୋକଙ୍କ ଭିଡ, ତାପରେ ଯାହା ହେଲା ଜାଣିଲେ ଉଡିଯିବ ଆପଣଙ୍କ ହୋସ୍

ବ୍ୟକ୍ତିଙ୍କ କହିବାନୁଯାୟୀ, କିଛିଦିନ ତଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଚିକିତ୍ସା ଲାଗି ସ୍ତ୍ରୀ ଜଣେ ତାନ୍ତ୍ରିକଙ୍କ ପାଖକୁ ଯାଇଥିଲେ। ତେବେ ନିଜ ସ୍ୱାମୀଙ୍କୁ କେବଳ ଲଡ଼ୁ ଖୁଆଇବାକୁ ତାନ୍ତ୍ରିକ ଜଣକ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ବ୍ୟକ୍ତି ଜଣକ ଛାଡ଼ପତ୍ର ଚାହୁଁଥିବା ଜଣାଇଥିଲେ। ଏହି ଘଟଣା ବିଷୟରେ ଶୁଣି ପରିବାର ପରାମର୍ଶ କେନ୍ଦ୍ରର ଅଧିକାରମାନେ ଚକିତ ହୋଇପଡ଼ିଥିଲେ। ଅଧିକାରୀମାନେ କହିଥିଲେ ଯେ ‘ଆମେ ଦମ୍ପତିଙ୍କୁ ପରାମର୍ଶ ପାଇଁ ଡାକି ପାରିବୁ। କିନ୍ତୁ ମହିଳାଙ୍କୁ ଅନ୍ଧବିଶ୍ୱାସରୁ ମୁକୁଳାଇବାର ଚିକିତ୍ସା କରିପାରିବୁ ନାହିଁ। ମହିଳାଙ୍କର ଦୃଢ଼ ବିଶ୍ୱାସ ରହିଛି କି, ତାଙ୍କ ସ୍ୱାମୀଙ୍କୁ ଲଡ଼ୁ ହିଁ ଠିକ୍‌ କରାଇଦେବ। ଏଭଳି ସ୍ଥିତିରେ ସେ ଆଉ କୌଣସି କଥା ଶୁଣିବାକୁ ନାରାଜ ବୋଲି ଅଧିକାରୀମାନେ କହିଥିଲେ। ସୂଚନାଥାଉ କି, ଏହି ଦମ୍ପତିଙ୍କର ୧୦ ବର୍ଷ ତଳେ ବିବାହ ହୋଇଥିବା ବେଳେ ସେମାନଙ୍କର ୩ଟି ପିଲା ଅଛନ୍ତି।