ମିକାଙ୍କ ପରେ ଏବେ ସଲମାନ୍ ଖାନଙ୍କୁ ମଧ୍ୟ କରାଯାଇପାରେ ବ୍ୟାନ୍, FWICE ସଦସ୍ୟ ଦେଲେ ଚେତାବନୀ

ପାକିସ୍ତାନରେ ଏକ ପ୍ରାଇଭେଟ୍ କନସର୍ଟରେ ଯୋଗଦେଇଥିବାରୁ ମିକା ସିଂଙ୍କୁ ବଲିଉଡରୁ ବ୍ୟାନ୍ କରାଯାଇଛି । ଅଲ୍ ଇଣ୍ଡିଆ ସିନେ ୱାର୍କର ଆସୋସିଏସନ୍( AICWA) ଏବଂ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏପ୍ଳୋଇ (FWICE) ମିଶି ମିକା ସିଂଙ୍କ ବିରୋଧରେ ଏହିଭଳି ଏକ କଡା ନିଷ୍ପତ୍ତି ନେଇଛନ୍ତି ।

ବ୍ୟାନ୍ ହେବାପରେ ମିକା କ୍ଷମାପ୍ରାର୍ଥନା କରିଥିଲେ କିନ୍ତୁ କମିଟି ନିଜର ନିଷ୍ପତ୍ତିକୁ ଆଉ ବଦଳାଇନଥିଲା । ଏବେ ଖବର ଆସୁଛି କି କମିଟି ସଲମାନ ଖାନଙ୍କୁ ମଧ୍ୟ ବ୍ୟାନ୍ କରିପାରେ । ଆଜ୍ଞା ହଁ, କମିଟି ନିଜର ନିଷ୍ପତ୍ତିରେ କହିଛନ୍ତି କି, ଯଦି ମିକାଙ୍କ ସହିତ କୌଣସି ବି ସେଲିବ୍ରେଟି କାମ କରିବେ ତେବେ ଉକ୍ତ କଳାକାରଙ୍କୁ ମଧ୍ୟ ବ୍ୟାନ୍ କରିଦିଆଯିବ ।

salman1କଥାଟି ହେଉଛି, ସଲମାନ୍ ଖାନ୍ ଆସନ୍ତା ସପ୍ତାହରେ ମିକାଙ୍କ ସହିତ ଏକ ପ୍ରୋଗ୍ରାମ କରିବାକୁ ଯାଉଛନ୍ତି । ଏହି ପ୍ରୋଗ୍ରାମ ୟୁଏସ୍ ର ଅଲଗା ଅଲଗା ସହରରେ ହେବ । ଏହି ଟୁର୍ ର ନା ଦିଆଯାଇଛି ଅପ୍,କ୍ଳୋଜ୍ ଆଣ୍ଡ ପର୍ସନାଲ ୱିଥ୍ ସଲମାନ୍ ଖାନ୍ । ଏହି ଟୁର୍ କୁ ସୋହେଲ୍ ଖାନଙ୍କ ଇଭେଣ୍ଟ କମ୍ପାନୀ, ଜୋରଡି ପଟେଲଙ୍କ କମ୍ପାନୀ ସହିତ ମିଶି ଆୟୋଜନ କରିଛନ୍ତି ।

ଏହାସହ ପଢନ୍ତୁ : ୧୦ କୋଟିର ଅଫରକୁ ଗୋଡରେ ଏଡାଇ ଦେଲେ ଏହି ଅଭିନେତ୍ରୀ, ନିଷ୍ପତ୍ତିକୁ ପ୍ରଶଂସା କଲେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ

ମିକା ୨୮ ଅଗଷ୍ଟକୁ ହଷ୍ଟେନରେ ହେବାକୁ ଥିବା ସୋ ରେ ସାମିଲ ହୋଇପାରନ୍ତି । ମିଳିଥିବା ଏକ ଖବର ମୁତାବକ ଜୋରଡି ପଟେଲ୍ ଏହି ବିଷୟରେ କହିଛନ୍ତି କି, ୟୁଏସ୍ ରେ କିଛି ଲୋକାଲ ପ୍ରମୋଟର ମିକାଙ୍କୁ ଇନଭାଇଟ୍ କରିଛନ୍ତି । ସଲମନ୍ ଏବଂ ମିକା ମିଶି ସାଥିରେ କିଛି ପ୍ରୋଗାମ୍ କରିବେନାହିଁ । ଏହାସହ ଦୁହେଁ ଷ୍ଟେଜ୍ ମଧ୍ୟ ସେୟାର କରିବେ ନାହିଁ ।

salman-khan2ଅନ୍ୟପଟେ ଏହି ବିଷୟରେ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏପ୍ଳୋଇ(FWICE)ର ମହାସଚିବ ଅଶୋକ ଦୁବେ କହିଛନ୍ତି କି, ମିକାଙ୍କ ସହିତ ଇଣ୍ଡଷ୍ଟ୍ରୀରେ କିଏ ଯଦି କାମ କରନ୍ତି ତେବେ ତାଙ୍କୁ ମଧ୍ୟ ବ୍ୟାନ୍ କରିଦିଆଯିବ । ଏଥିରେ ଟେକ୍ନିସିଆନ୍, ଆକ୍ଟର,ଏବଂ ସ୍ପର୍ଟ ବଏ ମଧ୍ୟ ସାମିଲ୍ ଅଛନ୍ତି । ଯଦି ସଲମାନ୍ ମଧ୍ୟ ତାଙ୍କ ସହିତ କାମ କରିବେ ତେବେ ସଲମାନ୍ ମଧ୍ୟ ବ୍ୟାନ୍ କରିଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.