Below header

ମହଙ୍ଗା ପହିଲା ହାତୀକୁ ହିପ୍ନୋଟାଇଜ୍ କରିବା, କଣ ହେଲା ଦେଖନ୍ତୁ ଭିଡିଓ

ହାତୀକୁ ହିପ୍ନୋଟାଇଜ୍ କରିବା ପଡିଲା ମହଙ୍ଗା । ଶେଷରେ ଜୀବନରୁ ହାତ ଧୋଇଲେ ଯୁବକ । ଘଟଣାଟି ଘଟିଛି ଶ୍ରୀଲଙ୍କାରେ । ଦକ୍ଷିଣ ଶ୍ରୀଲଙ୍କାର ୟାଲା ନ୍ୟାସନାଲ୍ ପାର୍କରେ ଯୁବକ ଜଣକ ହାତୀକୁ ସମ୍ମୋହିତ କରିବାକୁ ଚେଷ୍ଟା କରୁଥିଲା । । ଏହି ପୁରା ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ସୂଚନା ଅନୁସାରେ, ହାତୀଟି ବୁଲୁଥିବା ସମୟରେ ଯୁବକ ଜଣକ ତାର ସାମ୍ନାରେ ଛିଡା ହୋଇପଡିଥିଲା । ଏହା ସହ ନିଜ ସାଥୀମାନଙ୍କୁ କହିଥିଲା ଯେ ଦେଖ କେମିତି ଏହି ହାତୀକୁ ନିଜ ବସରେ କରୁଛି । ତେବେ ନିଜ ଆଡକୁ ଆସୁଥିବାର ଦେଖି ଯୁବକଙ୍କୁ ଆକ୍ରମଣ କରିଥିଲା ହାତୀଟି । ତଳେ କଚାଡି ଦଳି ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ଯୁବକଙ୍କର।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.