ଏଣିକି ଆଧାର କାର୍ଡରେ ସଂଶୋଧନ କରିବା ହେବ ମହଙ୍ଗା, ଲାଗିବ ଏତିକି ଚାର୍ଜ

ବର୍ତ୍ତମାନ ଯୁଗରେ ଆଧାର କାର୍ଡର ଆବଶ୍ୟକତା ବହୁତ ଅଧିକ ହୋଇଗଲାଣି। ଏହା ଆପଣଙ୍କ ପାଇଁ ପ୍ରମାଣ ପତ୍ର ଏବଂ ରେସିଡେନସିଆଲ ଆଡ୍ରେସ ପ୍ରୁଫ୍ ମଧ୍ୟ ଅଟେ। ଭାରତରେ ବେଳେବେଳେ ନିୟମରେ ପରିବର୍ତ୍ତନ ହୋଇଥାଏ। ଏବେ ପୁଣି ଥରେ UIDAI ନିୟମର କିଛି ପରିବର୍ତ୍ତନ ହୋଇଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯଦି ଆପଣ ନିଜର ଆଧାରକାର୍ଡକୁ ଅଫଲାଇନ ମାଧ୍ୟମରେ କୌଣସି ପ୍ରକାରର ସଂଶୋଧନ କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଏବେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଅର୍ଥାତ ଆଧାର କାର୍ଡରେ କୌଣସି ପ୍ରକାରର ସଂଶୋଧନ ପାଇଁ ଏବେ ଆପଣଙ୍କୁ ଅଧିକ ଶୁଳ୍କ ଦେବାକୁ ହେବ। ୧ ଜାନୁୟାରୀ ଠାରୁ କୌଣସି ପ୍ରକାରର ପରିବର୍ତ୍ତନ କରିବାରେ ନୂଆ ଶୁଳ୍କ ଦେବାକୁ ହେବ।

2019_1image_22_46_20355261006-ବର୍ତ୍ତମାନ ବାୟୋମେଟ୍ରିକ ଅପଡେଟ ପାଇଁ ୧୦୦ ଟଙ୍କା ଦେବାକୁ ହେବ।

-ଏହାଛଡା ଠିକଣା ଏବଂ ଫୋନ ନମ୍ବର ପରିବର୍ତ୍ତନ କରିବାରେ ୫୦ ଟଙ୍କା ଦେବାକୁ ହେବ।

-ପ୍ରଥମେ ଏହି କାମ ପାଇଁ କେବଳ ୩୦ ଟଙ୍କା ଦେବାକୁ ପଡୁଥିଲା।

-ଏହାଛଡା e-KYCପାଇଁ ୩୦ ଟଙ୍କା ଦେବାକୁ ହେବ।

-ଯଦି ଆପଣଙ୍କୁ A4 ସାଇଜ ପେପରରେ କଲର ପେଣ୍ଟ କରିବାକୁ ଥିବ ତେବେ ଉପଭୋକ୍ତାଙ୍କୁ ୩୦ ଟଙ୍କା ଦେବାକୁ ହେବ।

-UIDAIକହିଛି ଏହାଠାରୁ ଅଧିକ ଫିସ ନେବା ବେଆଇନ ଅଟେ।

ଏହାଛଡା ଆଧାର ପଞ୍ଜୀକରଣ ପାଇଁ ଦିଆଯାଇଥିବା ପ୍ରତ୍ସୋହନ ରାଶି ମଧ୍ୟ ବଢ଼ା ଯାଇଛି। ୧ ଜାନୁୟାରୀ ପୂର୍ବରୁ ଆଧାର କେନ୍ଦ୍ରରେ କୌଣସି ପରିବର୍ତ୍ତନ ପାଇଁ ୫୦ ଟଙ୍କା ଦେବାକୁ ପଡୁଥିଲା। ଏବେ ଏହାକୁ ବଢ଼ାଇ ୧୦୦ ଟଙ୍କା କରିଦିଆଯାଇଛି। ପୂର୍ବରୁ ବାୟୋମେଟ୍ରିକ ଅପଡେଟ କରିବା ପାଇଁ ଆଧାର କେନ୍ଦ୍ରକୁ ୫୦ ଟଙ୍କା ଦେବାକୁ ପଡୁଥିଲା। ଏହାକୁ ବଢ଼ାଇ ୧୦୦ ଟଙ୍କା କରିଦିଆ ଯାଇଛି। ବତ୍ତ;ମାନ ଆଧାରରେ କୌଣସି ପ୍ରକାରର ସଂଶୋଧନ ଏବଂ ତିଆରି କରିବା ପାଇଁ ସମସ୍ତ ବ୍ୟାଙ୍କ ଏବଂ ଡାକଘରକୁ ଦାୟିତ୍ବ ମିଳିଛି। ଏହି ନିଷ୍ପତ୍ତିର ଲାଭ ବ୍ୟାଙ୍କ ଏବଂ ଡାକଘରକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.