Below header

ଲୋକସଭାରେ ବାଲ୍ୟ ବିବାହ ନିଷେଧ ସଂଶୋଧନ ବିଲ ୨୦୨୧ କୁ ପ୍ରବଳ ବିରୋଧ, ପଠାଗଲା ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟିକୁ

ନୂଆଦିଲ୍ଲୀ : ଲୋକସଭାରେ ବାଲ୍ୟ ବିବାହ ନିଷେଧ ବିଲ୍‌କୁ ପ୍ରବଳ ବିରୋଧ ପରେ ଏହାକୁ ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟିକୁ ପଠାଯାଇଛି । ଆଜି ଲୋକସଭାରେ ବାଲ୍ୟ ବିବାହ ନିଷେଧ ସଂଶୋଧନ ବିଲ ୨୦୨୧ କୁ ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆଗତ କରିଥିଲେ ।

ସ୍ୱାଧୀନତାର ୭୫ ବର୍ଷ ପରେ ପୁରୁଷ ଓ ମହିଳାଙ୍କୁ ବିବାହ ପାଇଁ ସମାନତା ଅଧିକାର ମିଳିବ ବୋଲି ମନ୍ତ୍ରୀ ଶ୍ରୀମତି ଇରାନୀ ବିଲ୍‌ ସମ୍ପର୍କରେ ମତ ଦେଇଥିଲେ। ଏହି ବିଲ୍ ଆଇନରେ ପରିଣତ ହେଲେ ପୁରୁଷ ଓ ମହିଳା ୨୧ବର୍ଷରେ ବିବାହ ପାଇଁ ନିଷ୍ପତ୍ତି ନେଇପାରିବେ ବୋଲି କହିଥିଲେ ସ୍ମୃତି ଇରାନୀ ।

ତେବେ ଲୋକସଭାରେ ବିଲ ଆଗତ ହେବା ପରେ ଏହାକୁ ତୀବ୍ର ବିରୋଧ କରାଯାଇଥିଲା। ଫଳରେ ଏହାକୁ ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟିକୁ ପଠାଇଛନ୍ତି ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.