ମଝି ରାସ୍ତାରେ ହୁତୁହୁତ ହୋଇ ଜଳିଲା ହଜ ଯାତ୍ରୀ ବସ୍‌, ଡ୍ରାଇଭରଙ୍କ ଯୋଗୁଁ ବଞ୍ଚିଗଲା ୪୦ ଜୀବନ

ମହାରାଷ୍ଟ୍ରର ସତାରାରୁ ୪୦ ଜଣ ହଜ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ହଠାତ୍‌ ନିଆଁ ଲାଗିଯାଇଥିଲା । ବସର ଇଲେକ୍ଟ୍ରି ବିୟରିଂରେ ସର୍ଟ ସର୍କିଟ ହେବା ଯୋଗୁଁ ବସ୍‌ଟି ତସ୍ୱାଡେ ଟୋଲ ବୁଥରେ ଜଳିଯାଇଥିଲା ।

ହଜ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ରେ ନିଆଁ । ବସଟି ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି । ମହାରାଷ୍ଟ୍ରର ସତାରାରୁ ୪୦ ଜଣ ହଜ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ହଠାତ୍‌ ନିଆଁ ଲାଗିଯାଇଥିଲା । ବସର ଇଲେକ୍ଟ୍ରି ବିୟରିଂରେ ସର୍ଟ ସର୍କିଟ ହେବା ଯୋଗୁଁ ବସ୍‌ଟି ତସ୍ୱାଡେ ଟୋଲ ବୁଥରେ ଜଳିଯାଇଥିଲା । ତେବେ ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି ।

ଖବର ମୁତାବକ, ଆଜି ଭୋର ୩ଟାରେ ବସ୍‌ଟି ତସ୍ୱାଡେ ଟୋଲ ବୁଥରେ ରହିଥିବା ବେଳେ ନିଆଁ ଲାଗିଯାଇଥିଲା । ଫଳରେ ଯାତ୍ରୀମାନେ ବିକଳ ହୋଇ ଓହ୍ଲାଇ ପଡିଥିଲେ । ମୁମ୍ବାଇର ଡଲଫିନ କମ୍ପାନୀ ବସ୍‌ରେ ନିଆଁ ଲାଗିଯାଇଥିଲା । ବସ୍‌ଟି ୪୦ ଜଣ ହଜ ଯାତ୍ରୀଙ୍କୁ ନେଇ ମହାରାଷ୍ଟ୍ର ସତାରାରୁ ଯାଉଥିଲା ।

ତେବେ ନିଆଁ ଲାଗିବା ପରେ ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ବସଟି ଜଳିପୋଡି ପାଉଁଶ ହୋଇଯାଇଥିଲା । ନିଆଁ ଲାଗିବା ଘଟଣାରେ ଲୋକ ଆହତ ହୋଇନାହାନ୍ତି । ବସ୍‌ରେ ନିଆଁ ଦେଖି ଡ୍ରାଇଭର ଆଲର୍ଟ ହୋଇଯାଇଥିଲା । ଫଳରେ ଲୋକଙ୍କ ଜୀବନ ବଞ୍ଚିଯାଇପାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.