୫୮ ବର୍ଷ ବୟସରେ ମଧ୍ୟ କିଙ୍ଗ୍‌ ଖାନ୍‌ ରହିଛନ୍ତି ଫିଟ୍‌, ୧୧ଟା ସର୍ଜରୀ ପରେ ମଧ୍ୟ କରୁଛନ୍ତି ଏମିତି ଫିଲ୍ମ 

ଫିଲ୍ମ ‘ଡଙ୍କି’ ଟ୍ରେଲରେ ଶାହରୁଖ ଖାନଙ୍କ ଦୌଡୁ ଥିବାର ଭିଡିଓ ଦେଖି ଫ୍ୟାନ୍ସଙ୍କ ମନରେ ଏହି ପ୍ରଶ୍ନ ମଧ୍ୟ ଆସିଛି, ଯେ ୫୮ ବର୍ଷ ବୟସରେ ଏହି ଅଭିନେତା ଏତେ ଫିଟ୍‌ କେମିତି ଅଛନ୍ତି । ତେବେ ଶେଷରେ ଏହି ପ୍ରଶ୍ନ ଜଣେ ଫ୍ୟାନ୍ସ ଶାହରୁଖ ଖାନଙ୍କୁ AskSRK ସେସନ ପଚାରିଲେ ଏବଂ କିଙ୍ଗ୍‌ଖାନ ଏହି ପ୍ରଶ୍ନର ଉତ୍ତର ଦେଇ କହିଲେ ଯେ ତାଙ୍କର ଅନେକ ଥର ସର୍ଜରୀ ହୋଇସାରିଛି ।

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ ତାଙ୍କ ଅପ୍‌କମିଂ ଫିଲ୍ମ ‘ଡଙ୍କି’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ କିଙ୍ଗ୍‌ଖାନଙ୍କ ଏହି ଫିଲ୍ମର ଦୁଇଟି ଗୀତ ଏବଂ ଟ୍ରେଲର ରିଲିଜ୍‌ ହୋଇସାରିଛି । ଏହି ଟ୍ରେଲର ଦେଖିବା ପାରେ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି ଫିଲ୍ମ ‘ଡଙ୍କି’ ଦେଖିବାକୁ ନେଇ । ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୨୧ ତାରିଖରେ ସିନେମା ହଲ୍‌ରେ ରିଲିଜ୍‌ ହେବ । ତେବେ ଏହା ପୂର୍ବରୁ ଶାହାରୁଖ ଖାନ AskSRK ସେସନ କରି, ତାଙ୍କ ଫ୍ୟାନ୍ସଙ୍କ ସହ କଥା ହୋଇଛନ୍ତି ।
ଫିଲ୍ମ ‘ଡଙ୍କି’ର ଟ୍ରେଲରରେ କିଙ୍ଗ୍‌ଖାନ ଏକ ନୂଆ ଚରିତ୍ରରେ ନଜର ଆସଛନ୍ତି । ଏହା ସହ ସେଥିରେ ତାଙ୍କର ଆକ୍ସନ୍‌ ଓ ଫିଟ୍‌ନେସ ଭରପୂର ହୋଇଥିବା ଲୁକ୍‌ ମଧ୍ୟ ଦେଖିବା ପାଇଁ ମିଳିଛି । ସେହି ଟ୍ରେଲରେ ଶାହରୁଖ ଖାନଙ୍କ ଦୌଡୁ ଥିବାର ଭିଡିଓ ଦେଖି ଫ୍ୟାନ୍ସଙ୍କ ମନରେ ଏହି ପ୍ରଶ୍ନ ମଧ୍ୟ ଆସିଛି, ଯେ ୫୮ ବର୍ଷ ବୟସରେ ଏହି ଅଭିନେତା ଏତେ ଫିଟ୍‌ କେମିତି ଅଛନ୍ତି । ତେବେ ଶେଷରେ ଏହି ପ୍ରଶ୍ନ ଜଣେ ଫ୍ୟାନ୍ସ ଶାହରୁଖ ଖାନଙ୍କୁ AskSRK ସେସନ ପଚାରିଲେ ଏବଂ କିଙ୍ଗ୍‌ଖାନ ଏହି ପ୍ରଶ୍ନର ଉତ୍ତର ଦେଇ କହିଲେ ଯେ ତାଙ୍କର ଅନେକ ଥର ସର୍ଜରୀ ହୋଇସାରିଛି ।
ଏହି ସେସନରେ ଜଣେ ଫ୍ୟାନ୍‌ ଫିଲ୍ମ ‘ଡଙ୍କି’ର ଟ୍ରେଲରରେ କିଛି ଏପରି ଲେଖିଛନ୍ତି ଯେ ‘ଆମେ ସମସ୍ତେ କେଉଁଠି ନା କେଉଁଠି ବଡ ହୋଇଛେ … ତେବେ ଯେତେବେଳେ ଆପଣ ଏହି ଭଳି ଏଡିଟସ୍‌ ଦେଖୁଛନ୍ତି, ଆପଣଙ୍କୁ କିପରି ଅନୁଭବ ହୋଇଥାଏ ? ଏହି ପ୍ରଶ୍ନକୁ ନେଇ କିଙ୍ଗ୍‌ଖାନ ଉତ୍ତର ଦେଇଛନ୍ତି ଯେ ‘ମୁଁ ବହୁତ ଖୁସି ଯେ ମୁଁ ୧୧ଟା ସର୍ଜରୀ ପରେ ମଧ୍ୟ ଏହିପରି ଦୌଡି ପାରୁଛି ଏବଂ ମୋର ପୂର୍ବ ଟି ସାଟ୍‌ ସବୁ ମୋତେ ଫିଟ୍‌ ହେଉଛି ।
ସେହିପରି ଅନ୍ୟ ଜଣେ ଫ୍ୟାନ୍‌ ଫିଲ୍ମ ‘ଡଙ୍କି’ରେ ଶାହରୁଖା ଖାନ୍‌ଙ୍କ ଲୁକ୍‌କୁ ଫିଲ୍ମ ‘ଯବାନ’ ର ଲୁକ୍‌ ବୋଲି ମଧ୍ୟ କହିଛନ୍ତି । ଏହା ସହ ଏପରି ମଧ୍ୟ ପ୍ରଶ୍ନ ପଚାରିଛନ୍ତି ଯେ ‘ଯବାନ’ର ବିକ୍ରମ ରାଥୋଡଙ୍କ କୋମିୟା ଏଥିରେ କ’ଣ ରହିଛି ’? ଏହାର ଉତ୍ତର ଦେଇ ଶାହରୁଖ ଖାନ କହିଲେ ଯେ ଏହି ଫିଲ୍ମରେ ମଧ୍ୟ ମୁଁ  ସେନାର ସୌନିକ ହୋଇଛି । ଏହା ବ୍ୟତୀତ ଜଣେ ଫ୍ୟାନ୍‌ ଫିଲ୍ମ ‘ଡଙ୍କି’ରେ ଶାହରୁଖ ଖାନଙ୍କ ଲୁକ୍‌କୁ ତାଙ୍କ ପୁଅ ଅବରାମଙ୍କ ଲକ୍‌ ସହ ତୁଳନା କରି ଲେଖିଛନ୍ତି ଯେ ‘ଫିଲ୍ମ ଡଙ୍କି’ରେ ଆପଣଙ୍କ ଲୁକ୍‌ ଆପଣଙ୍କ ପୁଅ ପରି ଲାଗୁଛି । ଏହି ପରି ଭାବେ ,ସହି ସେସନ ବହୁତ ସମୟ ଧରି ଚାଲିଥିଲା ।
ତେବେ ବଲିଉଡ ଇଣ୍ଡଷ୍ଟ୍ରୀରେ ଶାହରୁଖ ଖାନ ଅନେକ ଫିଲ୍ମ କରିଛନ୍ତି । ତାଙ୍କର ସବୁ ଫିଲ୍ମ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ହୋଇଥାଏ । ଏହାସହ ଏବେ ତାଙ୍କ ଫିଲ୍ମ ‘ଯବାନ’ ଏବଂ ‘ପଠାନ’ ପୂରା ବିଶ୍ୱରେ ବହୁତ ଭଲ ରୋଜଗାର କରି ଏକ ରେକର୍ଡ ସୃଷ୍ଟି କରିଛି । ଏହି ସବୁ ଫିଲ୍ମ ଜରିଆରେ କିଙ୍ଗ୍‌ ଖାନ ଅନେକ ଲୋକଙ୍କ ମନରେ ଘର କରିରହିଛନ୍ତି । ଏବେ ଶାହରୁଖ ଖାନଙ୍କ ଫ୍ୟାନ୍ସ ତାଙ୍କ ଅପ୍‌କମିଂ ଫିଲ୍ମ ‘ଡଙ୍କି’ର ବହୁତ ଉତ୍ସାହିର ସହିତ ଅପେକ୍ଷା କରିଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.