ବାଇକ ସେଫ୍ଟି ଟିପ୍ସ, ଏହି ଉପାୟ ଆପଣାଇଲେ ଚୋରି ହେବନି ବାଇକ

କାର ଅପେକ୍ଷା ଚୋରମାନଙ୍କ ପାଇଁ ବାଇକ୍ ଚୋରି କରିବା ସହଜ ହୋଇଥାଏ । ଏଭଳି ପରିସ୍ଥିତିରେ ଆମେ ଆପଣଙ୍କ ପାଇଁ କିଛି ଟିପ୍ସ ନେଇ ଆସିଛୁ । ଯାହା ଦ୍ୱାରା ଆପଣ ନିଜ ବାଇକକୁ ଚୋରି ହେବାରୁ ବଞ୍ଚାଇ ପାରିବେ ।

ମୋଟର ସାଇକେଲର ଚାହିଦା ଭାରତରେ ବହୁତ ଅଧିକ ରହିଛି । ତେବେ ଗତ ବର୍ଷ ପ୍ରାୟ ୧୮ ମିଲିୟନ୍ ଅର୍ଥାତ୍ ୧.୮ କୋଟି ବାଇକ୍ ବିକ୍ରି ହୋଇଥିବା ରେକର୍ଡ କରାଯାଇଛି । ବାଇକର ଚାହିଦା ଅଧିକ ଥିବାରୁ ଲୋକମାନେ ବାଇକ ଅଧିକ କିଣନ୍ତି । କିନ୍ତୁ ବାଇକ ଚୋରିର ମାମଲା ମଧ୍ୟ କୌଣସି ପ୍ରକାର କମ ନୁହେଁ । ପ୍ରତ୍ୟେକ ଦିନ ବାଇକ ଚୋରି ମାମଲା ଦେଖିବାକୁ ମିଳେ । ତେବେ କାରଗୁଡିକରେ ଆଡଭାନ୍ସ ଟେକ୍ନୋଲୋଜି ଥିବାରୁ ସେଗୁଡିକ ଚୋରି କରିବା ସହଜ ନୁହେଁ । କିନ୍ତୁ କାର ଅପେକ୍ଷା ଚୋରମାନଙ୍କ ପାଇଁ ବାଇକ୍ ଚୋରି କରିବା ସହଜ ହୋଇଥାଏ । ଏଭଳି ପରିସ୍ଥିତିରେ ଆମେ ଆପଣଙ୍କ ପାଇଁ କିଛି ଟିପ୍ସ ନେଇ ଆସିଛୁ । ଯାହା ଦ୍ୱାରା ଆପଣ ନିଜ ବାଇକକୁ ଚୋରି ହେବାରୁ ବଞ୍ଚାଇ ପାରିବେ ।

ଆପଣଙ୍କର ବାଇକର ସେଫ୍ଟି ପାଇଁ ଏକ ଭଲ ଏବଂ ସେଫ୍‌ ଲକ୍ କିଣନ୍ତୁ । U ଆକୃତି ଏବଂ ଡିସ୍କ ଲକ୍ ଗୁଡିକ ବହୁତ ଲୋକପ୍ରିୟ, କିନ୍ତୁ ଏହି ଲକ୍‌ ଗୁଡ଼ିକ ହାର୍ଡ ଷ୍ଟିଲରେ ତିଆରି ହୋଇଛି କି ନାହିଁ ଭଲ ଭାବେ ଯାଞ୍ଚ କରନ୍ତୁ ।

ଯେତେବେଳେ ବି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି, ଆପଣଙ୍କର ବାଇକକୁ ଏପରି ସ୍ଥାନରେ ପାର୍କ କରନ୍ତୁ ଯେଉଁଠାରେ ଭଲ ଲାଇଟ ଥିବ ଏବଂ ଲୋକ ମାନେ ଯିବା ଆସିବା କରୁଥିବେ । ଚୋରମାନେ ଚଳପ୍ରଚଳ ସ୍ଥାନରେ ବାଇକ୍ ଚୋରି ଠାରୁ ଦୂରେଇ ରୁହନ୍ତି । ଆପଣ ବାଇକରେ ଏକ କଭର ମଧ୍ୟ ରଖିପାରିବେ ।

ଆପଣ ନିଜ ବାଇକ୍ ପାଇଁ ଅଧିକ ଲକ୍ ମଧ୍ୟ ବ୍ୟବହାର କରିପାରିବେ । ଯାହା ଦ୍ୱାରା ଏହାର ସେଫ୍ଟି ବଢ଼ିଯିବ ଏବଂ ଚୋରମାନେ ବାଇକକୁ ଚୋରି କରିବା ଅଧିକ କଷ୍ଟ ହୋଇଯିବ ।

ବର୍ତ୍ତମାନ ବଜାରରେ ବାଇକ୍ ପାଇଁ ଭଏସ୍ ଆଲାର୍ମ ସିଷ୍ଟମ ମଧ୍ୟ ମିଳୁଛି । ଯାହାଫଳରେ ଯଦି ଆପଣଙ୍କ ବ୍ୟତୀତ ଅନ୍ୟ କେହି ବାଇକରେ ଚାବି ପୁରାଇବାକୁ ଚେଷ୍ଟା କରନ୍ତି, ତେବେ ଆଲାର୍ମ ବାଜିବା ଆରମ୍ଭ କରିବ ଏବଂ ଚୋରମାନେ ଧରା ପଡ଼ିଯିବେ ।

ବାଇକ ଚୋରି ହେବାରୁ ବଞ୍ଚାଇବା ପାଇଁ ଟ୍ରାକିଂ ଡିଭାଇସ ଏକ ଭଲ ଅପ୍ସନ । ଯଦି ଜଣେ ଚୋର ଆପଣଙ୍କ ବାଇକ୍ ଚୋରି କରୁଛି ତେବେ ଏହି ଟ୍ରାକିଂ ଡିଭାଇସ ଦ୍ୱାରା ଆପଣ ନିଜ ବାଇକକୁ ବଞ୍ଚାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.