ମେଘାଳୟ ଖଣିରୁ ଉଦ୍ଧାର କାମରେ ଓଡ଼ିଶା ଅଗ୍ନିଶମ ବାହିନୀ ଟିମ୍‌ ନିୟୋଜିତ , ଦିନ ଗଡୁଥିବାରୁ ଆଶା ଆଶଙ୍କାରେ ଶ୍ରମିକଙ୍କ ପରିବାର

ମେଘାଳୟ(କେନ୍ୟୁଜ୍) : ମେଘାଳୟ ଜୟନ୍ତିଆ ର‍୍ୟାଟ ହୋଲ୍‌ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର‌୍ୟ୍ୟରେ ଓଡିଶା ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ୍‌ ଲାଗିଛନ୍ତି । ଓଡିଶା ଅଗ୍ନିଶମ ବିଭାଗର ବଛାବଛା ୨୧ଜଣ କର୍ମଚାରୀ ସାମିଲ ହୋଇଛନ୍ତି । ଉଦ୍ଧାର କାର‌୍ୟ୍ୟରେ ନୌସେନା ବୁଡ଼ାଳି ମଧ୍ୟ ସାମିଲ ହୋଇଛି । ଖଣିରେ ଫସି ରହିଥିବା ୧୫ଜଣ ଶ୍ରମିକକୁ ଉଦ୍ଧାର ପାଇଁ ଅପରେସନ ଚାଲିଛି । ଉଦ୍ଧାର କାର‌୍ୟ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ରାଂଶ ବ୍ୟବହାର କରାଯାଉଛି ।

1mଗତ ୧୩ ତାରିଖରେ ମେଘାଳୟ ଜୟନ୍ତିଆ କୋଇଲା ଖଣିରେ ଶ୍ରମିକମାନେ କାମ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । କାମ କରୁଥିବା ବେଳେ ହଠାତ ପାଣି ପସିଯାଇଥିଲା । ଶ୍ରମିକଙ୍କ ମଧ୍ୟରୁ କିଛି ଜଣ ଉଦ୍ଧାର ହୋଇଥିବା ବେଳେ ଏବେବି ୧୫ ଜଣ ଫସି ରହିଛନ୍ତି । ଖଣିରେ ବନ୍ୟା ପାଣି ରହିଥିବାରୁ ଉଦ୍ଧାର କାଯ୍ୟର୍ରେ ଅସୁବିଧା ହେଉଛି । ଉଦ୍ଧାର କାର‌୍ୟ୍ୟରେ ଏନଡିଆରଏଫ ମଧ୍ୟ ସାମିଲ ହୋଇଛି ।

Leave A Reply

Your email address will not be published.