ଓଡିଶା କଣ୍ଟିନ୍‌ଜେନ୍‌ସୀ ଫଣ୍ଡ ଆକ୍ଟରେ ସଂଶୋଧନ , ୪ଶହ କୋଟିରୁ ୧୬ଶହ କୋଟି ଟଙ୍କାକୁ ହେଲା ବୃଦ୍ଧି

ଭୁବନେଶ୍ବର(କେନ୍ୟୁଜ୍) : କଣ୍ଟିନ୍‌ଜେନ୍‌ସୀ ଫଣ୍ଡ ବା ଆକସ୍ମିକ ପାଣ୍ଠିର ଆକାରକୁ ବଢାଯାଇଛି । ଏହା ୪ଶହ କୋଟିରୁ ୧୬ଶହ କୋଟି ଟଙ୍କାକୁ ବଢାଯାଇଛି । ଏ ନେଇ ଓଡିଶା କଣ୍ଟିନ୍‌ଜେନ୍‌ସୀ ଫଣ୍ଡ ଆକ୍ଟରେ ସଂଶୋଧନ କରାଯାଇଛି । ଏହାକୁ ଅଧ୍ୟାଦେଶ ଜରିଆରେ ଲାଗୁ କରାଯିବ । ଯାହାକୁ ମିଳିଛି କ୍ୟାବିନେଟ୍‌ ମଂଜୁରୀ । ନିକଟରେ ଲାଗୁ ହୋଇଥିବା କାଳିଆ ଯୋଜନା ପାଇଁ ଏହି ଫଣ୍ଡରୁ ଅର୍ଥର୍ ଖର୍ଚ୍ଚ କରାଯିବ । କାଳିଆ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ପ୍ରାୟ ୧୦ ହଜାର କୋଟି ଟଙ୍କା । ଅର୍ଥାତ ମାସକୁ ପ୍ରାୟ ୮-୯ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ତିନି ମାସ ବାକି ରହିଛି । ତେଣୁ ଆପତକାଳୀନ ପାଣ୍ଠିରୁ କାଳିଆ ପାଇଁ ଖର୍ଚ୍ଚ କରାଯିବା ଅନୁମାନ କରାଯାଉଛି । ପୂର୍ବରୁ ୨୦୧୩ରେ ଆପାତକାଳୀନ ପାଣ୍ଠିକୁ ୪ଶହ କୋଟିରୁ ୧୯ଶହ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା । ସେତେବେଳେ ଫାଇଲିନ ପାଇଁ ଖର୍ଚ୍ଚ କରାଯାଇଥିଲା ।

 

Leave A Reply

Your email address will not be published.