ଆଜି କିଟ୍ ନହ୍ନିପରୀ ଲିଟିଲ ମିସ ଇଣ୍ଡିଆ-୨୦୧୮ର ଗ୍ରାଣ୍ଡ ଫିନାଲେ , ଭାଗନେବେ ୧୦ ପ୍ରତିଯୋଗୀ

ଭୁବନେଶ୍ବର(କେନ୍ୟୁଜ୍) : ଆଜି କିଟ୍ ନହ୍ନିପରୀ ଲିଟିଲ ମିସ ଇଣ୍ଡିଆ-୨୦୧୮ର ଗ୍ରାଣ୍ଡ ଫିନାଲେ । ଏଥିରେ ଭାଗନେବେ ୧୦ ଜଣ ପ୍ରତିଯୋଗୀ । ଏହାପୂର୍ବରୁ ଗତକାଲି କିସ୍ କ୍ୟାମ୍ପସରେ ଅନୁଷ୍ଠିତ ହୋଇଥିଲା କିଟ୍ ନହ୍ନିପରୀ ଲିଟିଲ ମିସ ଇଣ୍ଡିଆର ସେମିଫାଇନାଲ । ଏଥିରେ ୧୯ଟି ରାଜ୍ୟର ୩୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।
ସେମାନଙ୍କ ମଧ୍ୟରୁ ଦଶ ଜଣ ଫାଇନାଲ ରାଉଣ୍ଡ ପାଇଁ ଜାଗା ପକ୍କା କରିଛନ୍ତି । ସେମିଫାଇନାଲରେ ପ୍ରତିଯୋଗୀମାନେ ନାଚ ଗୀତ ସହ ନିଜ ନିଜର ଜଲଓ୍ଵା ଦେଖାଇ ବିଚାରକଙ୍କ ମନ ଜିଣିବାକୁ ଚେଷ୍ଟା କରିଥିଲେ । କାଯ୍ୟର୍କ୍ରମରେ ବିଶ୍ୱପ୍ରସିଦ୍ଧ ବଂଶୀବାଦକ ଅନ୍ନଦା ପ୍ରସନ୍ନ ପଟ୍ଟନାୟକଙ୍କ ବଂଶୀ ସ୍ୱର ସମସ୍ତଙ୍କୁ ମୁଗ୍ଧ କରିଥିଲା । ଏହି ଅବସରରେ କିଟ୍, କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଥିଲେ ।