Below header

ପିଏନ୍‌ବି ଘୋଟାଲା : ପ୍ରତିକ୍ରିୟା ରଖିଲେ ମେହୁଲ ଚୋକସୀ

ନୂଆଦିଲ୍ଲୀ(କେନ୍ଯୁଜ୍) : ପିଏନ୍‌ବି ଘୋଟାଲା ନେଇ ପ୍ରତିକ୍ରିୟା ରଖିଛନ୍ତି ମେହୁଲ ଚୋକସୀ । ଘୋଟାଲା ନେଇ ଇଡିର ସମସ୍ତ ଅଭିଯୋଗ ମିଥ୍ଯା ଓ ଭିତ୍ତିହୀନ ବୋଲି ସେ କହିଛନ୍ତି । ଇଡି ଓ ସିବିଆଇ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଥିବା ସେ ସଫେଇ ଦେଇଛନ୍ତି । ଭାରତର ୧୩ ହଜାର କୋଟି ବ୍ୟାଙ୍କ ଘୋଟାଲାର ଅଭିଯୁକ୍ତ ବ୍ୟବସାୟୀ ମେହୁଲ ଚୋକସୀ ଦେଶ ଛାଡି ଫେରାର ହୋଇଯାଇଛନ୍ତି । ଆଣ୍ଟିଗୁଆରୁ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ଦେଇଥିବା ସାକ୍ଷାତକାରରେ ମେହୁଲ ଚୋକସୀ ଏପରି ସଫେଇ ଦେଇଛନ୍ତି ।

ନଭେମ୍ବରରେ ମେହୁଲ ଚୋକସୀଙ୍କୁ ଆଣ୍ଟିଗୁଆର ନାଗରିକତ୍ୱ ମିଳିଛି । ଜାନୁଆରୀ ୨୯ ତାରିଖରେ ସିବିଆଇ ଏକ ମାମଲା ରୁଜୁ କରି ଚୋକସୀ, ତାଙ୍କ ଭଣଜା ଓ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା । ତେବେ ଚୋକସୀ କହିଛନ୍ତି, ତାଙ୍କ ପାସ୍‌ପୋର୍ଟ ରଦ୍ଦ କରାଯାଇଛି । ଏଥିପାଇଁ କୌଣସି କାରଣ ଦିଆଯାଇନାହିଁ । ପାସ୍‌ପୋର୍ଟ ସସ୍‌ପେଣ୍ଡ ଥିବାରୁ ସରେଣ୍ଡର କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ଚୋକସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.