Below header

’ବିଗ ବସ’ ୧୨ରେ ସଲମାନଙ୍କର ଗୋଟେ ଏପିସୋଡର ପାରିଶ୍ରମିକ ୩୦୦ କୋଟି ! ଜାଣନ୍ତୁ ଆଉ କଣ ରହିଛି ଡିମାଣ୍ଡ

ଛୋଟ ପରଦାର ଲୋକପ୍ରୀୟ ରିୟଲିଟି ସୋ ’ବିଗ ବସ୍ ୧୨’ ଶୀଘ୍ର ପ୍ରସାରିତ ହେବାକୁ ଯାଉଛି। ଏହି ଶୋକୁ ନେଇ ପ୍ରଶଂସକ ମାନେ ବହୁତ ଉତ୍ସାହିତ ଅଛନ୍ତି। କିଛି ଦିନ ମଧ୍ୟରେ ଏହି ରିୟଲିଟି ଶୋର ପ୍ରମୋକୁ ରିଲିଜ୍ କରାଯାଇଛି। ଏହି ଶୋ ୧୬ ସେପ୍ଟେମ୍ବର ଆପଣଙ୍କୁ ମନୋରଞ୍ଜନ କରିବାକୁ ଆସୁଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହି ସିଜନରେ ସାମିଲ ହେବାକୁ ଯାଉଥିବା କିଛି ପ୍ରତିଯୋଗୀଙ୍କର ନାମକୁ ଘୋଷଣା କରାଯାଇଛି। ଏହି ଶୋ ୧୩ ସପ୍ତାହ ପର‌୍ୟ୍ୟନ୍ତ ଚାଲିବ। ସବୁ ସିଜନ ଭଳି ଏଥର ମଧ୍ୟ ସଲମାନ ଖାନ ଏହି ଶୋକୁ ହୋଷ୍ଟ କରିବେ। ଏହି ଶୋରେ ସଲମାନ କେବଳ ଦୁଇ ଦିନ ହିଁ ହୋଷ୍ଟ କରିବାର ନଜର ଆସିବେ। କିନ୍ତୁ ଏହି ଦୁଇ ଦିନ ପାଇଁ ସଲମାନ ଟୀମକୁ ବହୁତ ମୋଟା ଅଙ୍କର ଟଙ୍କା ମାଗିଛନ୍ତି। ଏହି ଟଙ୍କାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ।

salman-khanସୂଚନା ଅନୁଯାୟୀ ଦବଙ୍ଗ ଖାନ ’ବିଗ ବସ୍’କୁ ହୋଷ୍ଟ କରିବା ପାଇଁ ନିଜର ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। କୁହାଯାଉଛିଯେ ଏହି ଶୋକୁ ହୋଷ୍ଟ କରିବା ପାଇଁ ସଲମାନ ଗୋଟେ ଏପିସୋଡକୁ ୧୪ କୋଟି ଟଙ୍କା ଦାବି ରଖିଛନ୍ତି। ଏଥିରୁ ଅନୁମାନ କରାଯାଉଛିଯେ ’ବିଗ ବସ’ ପାଇଁ ସଲମାନ ପ୍ରାୟ ୩୬୪କୋଟି ଟଙ୍କା ପାରିଶ୍ରମିକ ନେବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ପୂର୍ବ ସିଜନରେ ସଲମାନ ଗୋଟେ ଏପିସୋଡ ପାଇଁ ୧୧ କୋଟି ଟଙ୍କା ନେଉଥିଲେ।

ଏହା ସହ ପଢ଼ନ୍ତୁ : ପ୍ରିୟଙ୍କାଙ୍କ ଉପରେ ବାହାରିଲା ସଲମାନଙ୍କ ରାଗ ! କହିଲେ, ୧୦୦୦ ଥର ଅର୍ପିତାକୁ କଲ୍ କରି ଫିଲ୍ମରେ ମାଗିଥିଲେ କାମ

କିନ୍ତୁ ଏଥର ୧୯ କୋଟି ଟଙ୍କାର ପାରିଶ୍ରମିକ ରଖିଥିଲେ। ’ବିଗ ବସ’ ବଢ଼ୁଥିବା ଟିଆରପିର ରେଟିଙ୍ଗକୁ ଲକ୍ଷ କରି ସଲମାନ ତାଙ୍କର ପାରିଶ୍ରମିକକୁ ବଢ଼ାଇଛନ୍ତି। କିନ୍ତୁ ଏହି ବିଷୟରେ ସଲମାନଙ୍କୁ ପଚାରିବାରୁ ସେ କିଛି ଭି ମନ୍ତବ୍ୟ ଦେବାକୁ ରାଜି ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.