Below header

 ଗୋଏୟାର ଦେଉଛି ଶସ୍ତାରେ ବିମାନ ଯାତ୍ରାର ସୁଯୋଗ, ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ : ବିମାନ କମ୍ପାନ ଗୋଏୟାର କେବଳ ୧,୦୦୯ ଟଙ୍କାରେ ଡ଼ୋମେଷ୍ଟିକ୍ ବିମାନ ଟିକେଟ  ଅଫର ଦେଇଛି। କମ୍ପାନି ଏହା ବିଷୟରେ ଟ୍ବିଟରରେ ଜରିଆରେ ସୂଚନା ପ୍ରଦାନ କରିଛନ୍ତି। ଅଫରର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ଟିକେଟଟି କେବଳ ଦୁଇ ଦିନ ସେପ୍ଟେମ୍ବର ୧୧ ଏବଂ ୧୨ ମଧ୍ୟରରେ ହିଁ ବୁକ୍ କରିବାକୁ ପଡ଼ିବ। ଏହି ସମୟରେ ବୁକ୍ କରିଥିବା ଟିକେଟରେ ଆପଣ ୧୧ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଯାତ୍ରା କରିପାରିବେ। ଗ୍ରାହକଙ୍କୁ ଏହି ଅଫର “ଆଓ ପେହେଲେ ପାଓ ପେହେଲେ” ଆଧାରରେ ଦିଆଯାଉଛି।

goair

କମ୍ପାନି ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଟିକେଟର ମୂଲ୍ଯଟି ନନ୍ ଟ୍ରାନ୍ସଫରଲେବଲ ଏବଂ ନନ୍ ରିଫନଣ୍ଡେବଲ ରହିଛି। ତେବେ ଏହି ଅଫରର ଫାଇଦା ଉଠାଇବା ପାଇଁ କମ୍ପାନି କିଛି ନିର୍ଦ୍ଧିଷ୍ଟ ନିୟମ ଲାଗୁ କରିଛି। ସେହି ନିୟମ ଅନୁଯାୟୀ, ଏହି ଅଫର ସହ ଅନ୍ଯ କୌଣସି ଅଫର ସହ ଯୋଡ଼ା ଯାଇପାରିବ ନାହିଁ। ଅଫରରେ କିଛି ନିର୍ଦ୍ଧିଷ୍ଟ ଟିକେଟ ରହିଥିବାରୁ ଏଣୁ ଯିଏ ପ୍ରଥମେ ଟିକେଟ ବୁକିଂ କରିବେ ସେ ଏହି ଅଫରର ଫାଇଦା ଉଠାଇପାରିବେ।

ଜାଣନ୍ତୁ କେଉଁ ସ୍ଥାନକୁ ରହିଛି କେତେ ଟଙ୍କା

ଅହମଦାବାଦ ରୁ ମୁମ୍ବାଇ ୧୨୯୯ ଟଙ୍କା, ଅହମଦାବାଦରୁ ଦିଲ୍ଲୀ ୧୩୦୦, ବାଗଡ଼ୋଗରା ରୁ କୋଲକତା  ୧୩୯୯ଟଙ୍କା , ବାଗଡ଼ୋଗରା ରୁ ଦିଲ୍ଲୀ ୨,୬୯୯ଟଙ୍କା, ବାଗଡ଼ୋଗରା ରୁ ଗୋହାଟି ୧,୦୦୯ ଟଙ୍କା , ଦିଲ୍ଲୀ ରୁ ବାଙ୍ଗାଲୁରୁ ୨,୨୯୯ଟଙ୍କା ଆଦି ମୂଲ୍ଯ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.