Below header

କ୍ରେଡିଟ କାର୍ଡ ବିଲ୍ ଦେଇ ନପାରିବାରୁ ୪ ବର୍ଷର ଝିଅକୁ ଧରି ଛାତରୁ ଡେଇଁ ଆତ୍ମହତ୍ୟା କଲେ ସୁରେଶ କୁମାର

ନୂଆଦିଲ୍ଲୀ : କ୍ରେଡିଟ୍ କାର୍ଡର ବିଲ ନ ଭରି ପାରିବାରୁ ଛାତରୁ ଡେଇଁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ରାଜଧାନୀ ଦିଲ୍ଲୀର ଶାହଦରାର ଜଗତପୁରୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ପୋଲିସ କହିବାନୁଯାୟୀ ୩୫ ବର୍ଷୀୟ ସୁରେଶ କୁମାର ନିଜ ୪ ବର୍ଷର ଝିଅକୁ ସାଥିରେ ନେଇ ଛାତରୁ ଡେଇଁ ପଡିଲେ। ଏହି ସମୟରେ ତାଙ୍କର ସ୍ତ୍ରୀ ଏହା ଦେଖି ସେ ମଧ୍ୟ ଛାତରୁ ତଳକୁ ଡେଇଁ ପଡିଲେ। ଘଟଣା ପରେ ତିନି ଜଣଙ୍କୁ ରାସ୍ତାରେ ପଡିଥିବା ଲୋକାମାନେ ଦେଖିବାକୁ ପାଇଥିଲେ। ଏହାପରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ସୁରେଶଙ୍କୁ ମ୍ରୁତ ଘୋଷଣା କରିଥିଲେ। ଝିଅର ଦୁଇ ଗୋଡ ଭାଙ୍ଗି ଯାଇଥିବା ସୂଚନା ରହିଛି।

ଏହି ଘଟଣାରେ ଜଗତପୁରୀ ନିବାସୀ ସୁରେଶ କୁମାରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ଝିଅ ଆହତ ହୋଇଛନ୍ତି। ମୃତକଙ୍କ ସ୍ତ୍ରୀ ପୋଲିସକୁ ଜଣାଇଛନ୍ତି ଯେ ତାଙ୍କ ସ୍ବାମୀଙ୍କ ପାଖରେ ବିଭିନ୍ନ ବ୍ୟାଙ୍କର କ୍ରେଡିଟ୍ କାର୍ଡ ଥିଲା ଏବଂ ତାଙ୍କ ଉପରେ ଆଠ ଲକ୍ଷ ଟଙ୍କାର ଋଣ ଥିଲା। ବ୍ୟାଙ୍କ ପକ୍ଷରୁ ଟଙ୍କା ଶୁଝିବା ପାଇଁ ବାରମ୍ବାର ଫୋନ ଏବଂ ମେସେଜ୍ ଆସୁଥିଲା। ଯେଉଁ କାରଣରୁ ତାଙ୍କ ସ୍ବାମୀ ଚିନ୍ତାରେ ରହୁଥିଲେ। କୁହାଯାଉଛି ଏହି ଚିନ୍ତା କାରଣରୁ ସେ ନିଜର ଜୀବନ ଦେଇଦେଲେ।

ଏହା ସହ ପଢ଼ନ୍ତୁ : ଝିଅ ବିବାହ ପାଇଁ ପ୍ରସ୍ତୁତି କରୁଥିଲେ ହୋମଗାର୍ଡଙ୍କ ପତ୍ନୀ, ଏପଟେ ସ୍ବାମୀ ରଚୁଥିଲା ହତ୍ୟା ଷଡଯନ୍ତ୍ର…ଆଉ ତାପରେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.