Below header

ଅନ୍ୟ ମହିଳାଙ୍କ ସହିତ ଡ୍ୟାନ୍ସ କରିବାରୁ ସ୍ତ୍ରୀକୁ ରାଗରେ ହତ୍ୟା କଲେ ସ୍ବାମୀ

ରାଜସ୍ଥାନ : ଉଦୟପୁରରେ ଜଣେ ୬୦ ବର୍ଷର ବୟଷ୍କ ନିଜର ସ୍ତ୍ରୀକୁ ହତ୍ୟା କରିଛନ୍ତି। ପୋଲିସ ଜଣାଇଛି ଯେ ଦୁହିଁଙ୍କ ମଧ୍ୟରେ ବିବାହ ସମାରୋହରେ ଅନ୍ୟ ମହିଳାଙ୍କ ସହିତ ଡ୍ୟାନ୍ସ କରିବାକୁ ନେଇ ଝଗଡା ହୋଇଥିଲା।
ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀଙ୍କୁ ନେଇ ପଡୋଶୀ ଘର ବିବାହରେ ଭାଗ ନେଇଥିଲେ। ବିବାହରେ ତାଙ୍କ ସ୍ତ୍ରୀ ତାଙ୍କ ପାଖାପାଖୀ ରହୁଥିଲେ ଏବଂ ସେ ବିବାହରେ ଅନ୍ୟ ମହିଳାଙ୍କ ସହିତ ଡ୍ୟାନ୍ସ କରୁଥିଲେ। ଯେଉଁ କାରଣରୁ ତାଙ୍କ ସ୍ବାମୀ ରାଗିଗଲେ।

ଏହାପରେ ଯେତେବେଳେ ସେ ଘରକୁ ଫେରିଲେ ଏହାକୁ ନେଇ ଯୁକ୍ତି ତର୍କ ଆରମ୍ଭ ହୋଇଗଲା। ଯାହାପରେ ଅଭିଯୁକ୍ତ ରାଗି ଯାଇ ନିଜ ସ୍ତ୍ରୀଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ଏହାପରେ ଘଟଣାସ୍ଥଳରେ ହିଁ ସ୍ତ୍ରୀଙ୍କର ମ୍ରୁତ୍ୟୁ ହୋଇଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.