ମେଦିନପୁର-ହାୱଡା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ, ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା
ପୁଣି ଏକ ଟ୍ରେନ ଦୁର୍ଘଟଣା । ଖଡଗପୁର ଷ୍ଟେସନରେ ମେଦିନପୁର-ହାୱଡା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଖବର ମିଳିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।
ମେଦିନପୁର-ହାୱଡା ପାସେଞ୍ଜର ଟ୍ରେନ ଖଡଗପୁରରେ ଲାଇନଚ୍ୟୁତ ହୋଇଛି । ଶନିବାର ରାତିରେ ଟ୍ରେନର ଶେଷ ବଗି ଟ୍ରାକ୍ରୁ ଖସିଥିବା ଜଣାପଡିଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ତେବେ ଲାଇନଚ୍ୟୁତ ହେବାର ପ୍ରକୃତ କାରଣ ଜଣାପଡିନାହିଁ ।
ଖବର ମୁତାବକ, ଖଡଗପୁର ଷ୍ଟେସନରେ ଗତ ଶନିବାର ରାତିରେ ମେଦିନପୁର-ହାୱଡା ପାସେଞ୍ଜର ଟ୍ରେନର ଶେଷ ବଗି ଲାଇନଚ୍ୟୁତ ହୋଇଥିବା ଖବର ମିଳିଥିଲା । ଏହି ଘଟଣାରେ ଯାତ୍ରୀ ସମସ୍ତେ ସୁରକ୍ଷିତ ରହିଛନ୍ତି । ତେବେ କେମିତି ବଗି ଲାଇନଚ୍ୟୁତ ହେଲା, ତାହା ଏଯାଏଁ ଜଣାପଡିନାହିଁ । ଖବର ପାଇବା ପରେ ରେଳବାଇ ପକ୍ଷରୁ ତୁରନ୍ତ ଆକ୍ସନ ନିଆଯାଇଛି । ଲାଇନଚ୍ୟୁତ ହୋଇଥିବା ବଗିକୁ ହଟାଯାଇଛି ।
West Bengal: Midnapore-Howrah local train derails at Kharagpur, no injuries reported
Read @ANI Story | https://t.co/wLW1SF1oQU#WestBengal #TrainDerailment #Kharagpur #Howrah pic.twitter.com/025zQwv4DN
— ANI Digital (@ani_digital) June 10, 2023
ସୂଚନାଯୋଗ୍ୟ, ନିକଟରେ ବାଲେଶ୍ବର ବାହାନଗା ଷ୍ଟେସନରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୮୮ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଥିଲେ ।
ବାହାନଗା ଷ୍ଟେସନରେ ମାଲଗାଡି ଲୁପ୍ ଲାଇନରେ ଥିବା ବେଳେ ମେନ ଲାଇନରେ କରମଣ୍ଡଳ ଏକ୍ସପ୍ରେସକୁ ଗ୍ରୀନ ସିଗନାଲ ମିଳିଥିଲା । କରମଣ୍ଡଳ ମେନ ଲାଇନରେ ଆସୁଥିବା ବେଳେ ହଠାତ୍ ପୁଣି ଲୁପ୍ ଲାଇନରେ ଯିବାକୁ ସିଗନାଲ ମିଳିଥିଲା । ଟ୍ରେନକୁ ଲୁପ୍ ଲାଇନ ସିଗନାଲ ମିଳିବା ପରେ କରମଣ୍ଡଳ ଡ୍ରାଇଭର ଗାଡିକୁ ଲୁପ୍ ଲାଇନକୁ ନେଇଥିଲେ ।
ହେଲେ ସେଠାରେ ପୂର୍ବରୁ ରହିଥିବା ମାଲଗାଡି ସହିତ କରମଣ୍ଡଳର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଏକ୍ସପ୍ରେସର ଇଂଜିନ ମାଲଗାଡି ଉପରେ ଚଢିଯାଇଥିଲା । ଆଉ ୨୧ଟି ବଗି ଲାଇନଚ୍ୟୁତ ହୋଇଥିଲା। ବଗିଗୁଡିକୁ ଲାଇନଚ୍ୟୁତ ହୋଇ ଅନ୍ୟ ଲାଇନରେ ପଡିଥିଲା । ଆଉ ଡାଉନ ଲାଇନରେ ଆସୁଥିବା ଯଶବନ୍ତପୁର ହାୱାଡା ଏକ୍ସପ୍ରେସ ଏହି ବଗି ସହିତ ଧକ୍କା ହୋଇଥିଲା । ଫଳରେ ଆଉ ଏକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲା।