Below header

ଆଫ୍‌ଗାନିସ୍ତାନ୍‌ : କାବୁଲ୍‌ ହସ୍‌ପିଟାଲ୍‌ରେ ସନ୍ତ୍ରାସବାଦୀ ଆକ୍ରମଣ ଯୋଗୁଁ ଚାଲିଗଲା ୧୧ ମା’ଙ୍କ ସହ ୨ ଶିଶୁଙ୍କ ପ୍ରାଣ, ଭାରତର କଲା କଡ଼ା ନିନ୍ଦା

ନୂଆଦିଲ୍ଲୀ : ସନ୍ତ୍ରାସବାଦୀଙ୍କ ଆକ୍ରମଣରେ ମଙ୍ଗଳବାର କାବୁଲ୍‌ର ଏକ ହସ୍‌ପିଟାଲରେ ୧୬ ଜଣଙ୍କର ପ୍ରାଣହାନୀ ଘଟିଛି । ମୃତକଙ୍କ ମଧ୍ୟରେ ୧୧ ଜଣ ମା’ ଓ ୨ ଶିଶୁ ଥିବା ଜଣାଯାଇଛି । ସନ୍ତ୍ରାସବାଦୀଙ୍କ ଏହି ଆକ୍ରମଣକୁ ଭାରତ ବର୍ବରତା କହି ନିନ୍ଦା କରିଛି ।

ସନ୍ତ୍ରାସବାଦୀମାନେ ହଠାତ୍‌ ଏହି ହସ୍‌ପିଟାଲକୁ ପ୍ରବେଶ କରି ଆଖିବୁଜା ଗୁଳି କରିଥିଲେ । ଏଥିରେ ପ୍ରାୟ ୧୬ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ୧୧ ଜଣ ପ୍ରସୂତି ମା’ ଓ ୨ ଶିଶୁ ଥିବା ଜଣାଯାଇଛି ।

afghan-2

ସେହିପରି ଏକ ସମୟରେ ନାନଗହର ଅଞ୍ଚଳରେ ଚାଲିଥିବା ଏକ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ଆଉ ଏକ ଆତ୍ମହାତୀ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୮ ଜଣ ଆହତ ହୋଇଛନ୍ତି ।

ଏହି ଆକ୍ରମଣକୁ ଯଦିଓ କୈାଣସି ସନ୍ତ୍ରାସବାଦୀ ଗ୍ରୁପ୍‌ ନିଜର ବୋଲି ଦାବି କରିନାହାଁନ୍ତି । ତେବେ ଏଥିରେ ତାଲିବାନ୍‌ ଗ୍ରୁପ୍‌ର ହାତ ଥିବା ଆଶଙ୍କା କରାଯାଉଛି । କାରଣ ମାର୍ଚ୍ଚ ୨୫ରେ ମଧ୍ୟ କାବୁଲ୍‌ ଗୁରୁଦ୍ୱାର ଆକ୍ରମଣକୁ ତାଲିବାନ୍‌ ଗ୍ରୁପ୍‌ ଅସ୍ୱୀକାର କରୁଥିଲେ ।

ହେଲେ ପରେ ତାଲିବାନର ହାତ ଥିବା ଜଣାପଡ଼ିଥିଲା । ଭାରତ ଏହି ଆକ୍ରମଣକୁ ଅମାନବୀୟ କହିବା ସହ ଆଫ୍‌ଗାନ୍‌ର ଏହି ଦୁଃଖରେ ସମବେଦନା ଜଣାଇଛି । ଆଫ୍‌ଗାନ୍‌ ସହ ଭାରତ ତା’ର ସହଯୋଗର ହାତ ଜାରି ରଖିବ ବୋଲି ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.