Below header

ନୟାଗଡ: ହାତ ଭାଙ୍ଗିଦେଲା ଚାନ୍ଦପୁର ପୋଲିସ, ମୋ ପରିବାର ଚଳିବ କେମିତି?

ଟାଙ୍ଗି(କେନ୍ୟୁଜ୍): ନୟାଗଡ ଜିଲ୍ଲା  ଚାନ୍ଦପୁର ପୋଲିସ ନାଁରେ କର୍ତ୍ତବ୍ୟର ଦୂରୁପଯୋଗ  ଅଭିଯୋଗ। ବର୍ତ୍ତମାନ ସମୟରେ ପୋଲିସକୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯାଇଛି, ଯିଏ ଏହି ମହାମାରୀ ସମୟରେ ଲୋକଙ୍କୁ ସୁରକ୍ଷା ଦେଇ ଅମାନିଆଙ୍କୁ ସାବାଡ କରିବ। କିନ୍ତୁ ଚାନ୍ଦପୁର ପୋଲିସ ଯୋଦ୍ଧାର କର୍ତ୍ତବ୍ୟ କଣ ଭୁଲି ଯାଇ ନୀରିହ ଲୋକଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରୁଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇଛନ୍ତି।

ଯେହେତୁ କରୋନା ପାଇଁ ସବୁଆଡେ ରାତି  ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି, ଏଥିପାଇଁ ପଲ୍ଲୀ ଠାରୁ ଦିଲ୍ଲୀ ସଂନ୍ଧ୍ୟା ୭ ପରେ ବନ୍ଦ ହୋଇ ଯାଉଛି ।  କିନ୍ତୁ ଏହାରି ଭିତରେ କିଛି ଅଭ୍ୟାସଗତ ଅମାନିଆ ଏହି  କର୍ଫ୍ୟୁ ନିୟମକୁ ବେଖାତିର କରି ଚାଲିଛନ୍ତି।  ଯାହାକୁ ରୋକିବାକୁ ଦେଶସାରା ପୋଲିସକୁ ଦାୟୀତ୍ବ ଦିଆଯାଇଛି। କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଚାନ୍ଦପୁର ଥାନାରେ। ଅଭିଯୋଗ ହୋଇଛି ଯେ  ଚାନ୍ଦପୁର ମଙ୍ଗଳା ସାହିର ବାବନ ଗୁରୁ ନିଜ ଘରେ  ପରିସ୍ରାଗାର ନଥିବାରୁ ରାତି ୮ଟା ସମୟରେ ଘରର ଦାଣ୍ଡ ପିଣ୍ଡାକୁ ପରିସ୍ରା କରିବାକୁ ଆସିଥିଲେ। କିନ୍ତୁ ସେଠାରୁ କିଛି ଦୂରରେ ପୋଲିସ ଗାଡି ବାବନଙ୍କୁ ଟାର୍ଗେଟ କରି ତାଙ୍କ ପାଖକୁ ଆସିଥିଲେ। ଅଆଉ ବାହାରକୁ କାହିଁକି ବାହାରିଛୁ କହି ମାଡ ମାରିବା ଆରମ୍ଭ କରିଦେଲେ। ପରେ ଅବସ୍ଥା ଏଭଳି ହେଲା ଯେ ବାବନଙ୍କ ହାତକୁ ମଧ୍ୟ ଭାଙ୍ଗିବାକୁ ପଛାଇଲେ ନାହିଁ ପୋଲିସ କର୍ମଚାରୀମାନେ। ଏତିକି ପରେ ମଧ୍ୟ  ମନ ଶାନ୍ତି ହୋଇନଥିଲା, ଗାଁ ଦାଣ୍ଡରେ ବସ ଉଠ କରାଇବା ପର୍ଯ୍ୟନ୍ତ ଦଣ୍ଡ ମଧ୍ୟ ଦେଲା ପୋଲିସ।

chandpur

ଘଟଣାର ପରଦିନ କିଛି ଗଣମାଧ୍ୟମରେ ଏହି ଖବର ପ୍ରକାଶ ପରେ ଚାନ୍ଦପୁର ଥାନା ଅଧିକାରୀ ଏ ଘଟଣାକୁ ତତ୍ପରତା ସହ ବାବନଙ୍କୁ ଥାନାକୁ ଡାକିଥିଲେ।ସେଠରେ ତାଙ୍କ ଚିକିତ୍ସା କରାଇ ହାତରେ ୫୦୦ ଟଙ୍କା ଧରାଇଥିଲେ। ଯେହେତୁ ବାବନ ଦିନ ମଜୁରୀଆ ଭାବେ କାର୍ଯ୍ୟ କରନ୍ତି। ତେଣୁ ସେ ପୋଲିସ ଘର କେମିତି ଚଳାଇବେ ବୋଲି ଥାନାରେ ଜଣାଇଥିଲେ । ପରେ  ଥାନା ଅଧିକାରୀ ବାବନଙ୍କ ଭଲ ହେବା ପର୍ଯ୍ୟନ୍ତ ତାଙ୍କ ପରିବାରର ଖର୍ଚ୍ଚ ତୁଲାଇବେ ବୋଲି କହିଥିଲେ । କିନ୍ତୁ ଘଟଣା ଘଟିବ ଠାରୁ ଆଜି ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କିଛି ସହାୟତା ମିଳିଲା ନାହିଁ । ଏବିଷୟରେ ଥାନା ଅଧିକାରୀଙ୍କୁ ଅବଗତ କରାଇବାକୁ ଗଲାବେଳେ  ଥାନାର  କିଛି  କର୍ମଚାରୀ ବାବନଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରି ବାହାରକୁ  ବାହାରି କରିଦେଇଥିଲେ।

fir

ଏହି ଘଟଣା ପରେ  କୋହଭରା କଣ୍ଠରେ ବାବନ କହିଛନ୍ତି ‘ପୋଲିସ ମୋ ହାତ ଭାଙ୍ଗିଦେଇଥିବାରୁ ଏବେ ମୁଁ ଦିନ ମଜରୁଆ କାମ କରି ପରିବାର ଆଉ  କେମିତି ଚଳାଇବି’ । ଏସମ୍ପର୍କରେ କିଛି ଗଣମାଧ୍ୟମର ପ୍ରତିନିଧି ଚାନ୍ଦପୁର ଥାନା ଅଧିକାରୀ ଧନେଶ୍ବର ନାହକଙ୍କୁ ପଚାରିବାରୁ ସେ କହିଥିଲେ ପେଟ୍ରାଲିଂ  କରୁଥିବା  ପୋଲିସ କର୍ମଚାରୀ ଚାନ୍ଦପୁର ଥାନାର ନୁହନ୍ତି। ସେମାନେ  ବାହାରୁ ଆସୁଛନ୍ତି।  ତେଣୁ ଏ କାମ ଚାନ୍ଦପୁର ପୋଲିସର ନୁହଁ ବୋଲି କହିଥିଲେ। ଆଉ ଏ ଘଟଣାର ତଦନ୍ତ ଚାଲିଛି ବୋଲି ପ୍ରତିକ୍ରିୟାରେ କହିଥିଲେ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.