କେବେ ଥମିବ ନରରୂପୀ ରାକ୍ଷସଙ୍କ କାଣ୍ଡ, ଅଭିଯୁକ୍ତ ଦୁଷ୍ମର୍ମ ପରେ ଏତେ ଜୋରରେ ଗଳା ଚାପିଲା ଯେ ତଳେ ଖସିପଡିଲା ଶିଶୁର ଆଖି

ଶରୀର ଲୋଭୀଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍ ପଡ଼ୁନାହାନ୍ତି ଛୋଟ ପିଲା। ସେ ବୟସ୍କା ମହିଳା ହୁଅନ୍ତୁ ବା ଛୋଟ ବାଳିକା, ସମସ୍ତଙ୍କ ଉପରେ ନର ରୂପୀ ରାକ୍ଷସ ନଜର ପକାଇବସିଛନ୍ତି। ନିକଟରେ ହାଇଦରାବାଦରେ ମହିଳା ଡାକ୍ତରଙ୍କ ସହିତ ସାମୂହିକ ଦୁଷ୍କର୍ମ ଏବଂ ହତ୍ୟା ପରେ ମାମଲା ଥଣ୍ଡା ହୋଇନାହିଁ ଏବେ ପୁଣି ରାଜସ୍ଥାନରେ ଟୋଙ୍କରେ ଏକ ଛୋଟ ଶିଶୁ ସହିତ ଏମିତି ନାରକୀୟ କାଣ୍ଡ ସାମ୍ନାକୁ ଆସିଛି। ଜିଲ୍ଲାର ଖେଡଲୀ ଗାଁରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଜଣେ ସରଳ ନିଷ୍ପାପ ଛୁଆକୁ ଅତି ନ୍ରୁଶଂସା ଭାବରେ ହତ୍ୟା କରାଯାଇଛି।

rapeପିଲାଟି ସ୍କୁଲରୁ ଘରକୁ ଫେରୁଥିବାବେଳେ ଜଣେ ନରରୂପୀ ରାକ୍ଷସ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଛି। ଏହାପରେ ପିଲାଟିର ଗଳାକୁ ବେଲ୍ଟରେ ଚାପି ହତ୍ୟା କରିଛି। ଏହି ରାକ୍ଷସ ପିଲାଟିର ବେକକୁ ଏତେ ଜୋରରେ ଦାବିଛି ଯେ ତାର ଆଖି ବାହାରକୁ ଚାଲି ଆସିଛି। ପୋଲିସ ସୂଚନା ଅନୁଯାୟୀ ଅଭିଯୁକ୍ତର ପରିଚୟ ମିଳିସାରିଛି। ପିଲାଟିର ପରିବାର ଲୋକେ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।