ସକାଳ ଜଳଖିଆରେ ଭାଜପା ମହିଳା ସାଂସଦଙ୍କ ସହ ସାକ୍ଷାତ କଲେ ମୋଦି, ଗୃହ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ହେଲା ଚର୍ଚ୍ଚା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳ ଜଳଖିଆ ସମୟରେ ଭାଜପା ମହିଳା ସାଂସଦମାନଙ୍କୁ ନିଜ ବାସଭବନରେ ଭେଟିଥିଲେ। ଦଳୀୟ ସାଂସଦମାନଙ୍କୁ ୭ଟି ଦଳରେ ଭାଗ କରାଯାଇଛି ଏବଂ ଶୁକ୍ରବାର ୫ମ ଦଳ ସହ ମୋଦିଙ୍କର ବୈଠକ ରହିଥିଲା। ସୂଚନା ମୁତାବକ, ପୂର୍ବରୁ ମୋଦି ଓବିସି, ଏସସି/ଏସଟି ସାଂସଦମାନଙ୍କୁ ଭେଟି ସାରିଛନ୍ତି।

ଭାଜପାର ଜଣେ ନେତାଙ୍କ କହିବା କଥା ହେଲା, ବୈଠକ ଏଥିପାଇଁ ହୋଇଥିଲା, କାହିଁକି ନା ଏହାଦ୍ବାରା ଦୁଇ ଗୃହର ଭାଜପା ସାଂସଦଙ୍କ ସହ ମୋଦିଙ୍କର ସିଧାସଳଖ ବାର୍ତ୍ତାଳାପ ବା ବିଚାରବିମର୍ଶ ହୋଇପାରିବ। ଫଳରେ ସେ ସାଂସଦମାନଙ୍କୁ ଉଚିତ ମାର୍ଗ ଦେଖାଇପାରିବେ। ଏହାସହ ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା ମଧ୍ୟ କରାଯାଇପାରିବ, ଯେଉଁଥିରେ ମୁଖ୍ୟତଃ ଲୋକ ସଭା ସହ ଜଡ଼ିତ ଅଧିକ ପ୍ରସଙ୍ଗ ରହିଛି।

ଏହାସହ ପଢ଼ନ୍ତୁ : କୃତ୍ରିମ ପ୍ରତ୍ୟାରୋପଣ ପରେ ପୁଣି କାର୍ଯ୍ୟକ୍ଷମ ହେଲା ଅକାମି ହୃତପିଣ୍ଡ, ଏହା କୌଣସି ଚମତ୍କାରଠାରୁ କମ୍ ନୁହେଁ,…

ଆଉ ଜଣେ ସାଂସଦଙ୍କ କହିବାନୁଯାୟୀ, ଏଭଳି ସାକ୍ଷାତକାର ଦ୍ବାରା ଆମକୁ ସିଧା ପ୍ରଧାନମନ୍ତ୍ରୀଙ୍କ ସହିତ କଥାବର୍ତ୍ତା ହେବାର ସୁଯୋଗ ମିଳିପାରୁଛି।

ଉକ୍ତ ବୈଠକରେ ଭାଜପା ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ୍ ଶାହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ମଧ୍ୟ ଉପସ୍ଥିତ ଥିଲେ। ୧୭ତମ ଲୋକ ସଭାରେ ମୋଟ ୭୮ଜଣ ମହିଳା ସାଂସଦ ଅଛନ୍ତି। ସେଥିମଧ୍ୟରୁ ୪୧ଜଣ ଭାଜପା ସାଂସଦ ରହିଛନ୍ତି। ସ୍ବାଧୀନତା ପରେ ଏହା ମହିଳା ସାଂସଦଙ୍କର ସବୁଠାରୁ ଅଧିକ ସଂଖ୍ୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.