Below header

ବିଦେଶରୁ ଫେରି ମୋଦିଙ୍କ ସିଧା ବେଙ୍ଗାଲୁରୁ ଗସ୍ତ, ‘ଚନ୍ଦ୍ରଯାନ-୩’ର ବୈଜ୍ଞାନିକ ଟିମ୍‌କୁ ଭେଟିଲେ

ବିଦେଶରୁ ଫେରି ପିଏମ୍ ମୋଦିଙ୍କ ସିଧା ବେଙ୍ଗାଳୁରୁ ଗସ୍ତ । ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-୩ ମିଶନରେ ସମ୍ପୃକ୍ତ ବୈଜ୍ଞାନିକଙ୍କୁ ଭେଟି ପ୍ରଂଶସା କରିଛନ୍ତି। ଏଥିସହ ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡାଇଲେ ମୋଦି ।

ନୂଆଦିଲ୍ଲୀ : ବିଦେଶରୁ ଫେରି ପିଏମ୍ ମୋଦିଙ୍କ ସିଧା ବେଙ୍ଗାଳୁରୁ ଗସ୍ତ । ସକାଳା ୭ଟା ୧୫ ମିନିଟରେ ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ପରିଦର୍ଶନ କରିଛନ୍ତି। ଏହା ପୂର୍ବରୁ ବେଙ୍ଗାଲୁରୁ ଏୟାରପୋର୍ଟ ପହଞ୍ଚିବାପରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-୩ ମିଶନରେ ସମ୍ପୃକ୍ତ ବୈଜ୍ଞାନିକଙ୍କୁ ଭେଟି ପ୍ରଂଶସା କରିଛନ୍ତି। ଏଥିସହ ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡାଇଲେ ମୋଦି । ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ଜୟ ଯବାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ। ଏଥିସହ ପିଏମ୍ ମୋଦି ସୂର୍ଯ୍ୟ ମିଶନକୁ ନେଇ ମଧ୍ୟ ଇସ୍ରୋ ବୈଜ୍ଞାନିକଙ୍କ ସହ ଆଲୋଚନା କରିଛନ୍ତି।

ବୁଧବାର ସଂଧ୍ୟାରେ ଚନ୍ଦ୍ରଯାନ-୩ର ଅବତରଣ ବେଳେ ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଥିଲେ । ଏହି ସମୟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ଚନ୍ଦ୍ରଯାନ-୩ । ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା ମହାକାଶଯାନ । ଦକ୍ଷିଣ ମେରୁରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ବିଶ୍ବରେ ପ୍ରଥମ ଦେଶ ହୋଇଛି ଭାରତ । ମହାକାଶ ଗବେଷଣାରେ ନୂଆ ମାଇଲଷ୍ଟୋନ ସ୍ଥାପନ କରିଛି ଇସ୍ରୋ । ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପରେ ରୋଭର ପ୍ରଜ୍ଞାନର ଅଭିଯାନ ଆରମ୍ଭ। ଲ୍ୟାଣ୍ଡରରୁ ଚନ୍ଦ୍ରପୃଷ୍ଠକୁ ଓହ୍ଲାଇଛି ରୋଭର। ଆସିଛି ମୁନ ୱାକର ପ୍ରଥମ ସେଲଫି। ଚନ୍ଦ୍ରପୃଷ୍ଠରେ ୧୪ ଦିନ ବିଜ୍ଞାନ ଦୃଷ୍ଟିକୋଣରୁ ଅନୁସନ୍ଧାନ କରିବ ପ୍ରଜ୍ଞାନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.