ପ୍ରବଳ ବର୍ଷିବ: ସକାଳ ୮: ୩୦ ଯାଏ ୭ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା ମୟୂରଭଞ୍ଜ, ମାଲକାନଗିରି ଓ କୋରାପୁଟକୁ ଜାରି ହୋଇଛି ୟେଲୋ ଚେତାବନୀ। କାଲିଠୁ ୩୦ ତାରିଖ ପର୍ଯ୍ୟନ୍ତ କମ୍ ରହିବ ବର୍ଷାର ପରିମାଣ। ୩୧ତାରିଖରୁ ପୁଣି ବଢିପାରେ ବୃଷ୍ଟିପାତ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ପାଇଁ ୭ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କୋରାପପଟ, ରାୟଗଡ଼ା ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅଧିକାଂଶ ସ୍ଥାନରେ ବିଜୁଳ ଓ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।

ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା ମୟୂରଭଞ୍ଜ, ମାଲକାନଗିରି ଓ କୋରାପୁଟକୁ ଜାରି ହୋଇଛି ୟେଲୋ ଚେତାବନୀ। କାଲିଠୁ ୩୦ ତାରିଖ ପର୍ଯ୍ୟନ୍ତ କମ୍ ରହିବ ବର୍ଷାର ପରିମାଣ। ୩୧ତାରିଖରୁ ପୁଣି ବଢିପାରେ ବୃଷ୍ଟିପାତ। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୭୭୩. ୫ ମିମି ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ବୃଷ୍ଟିପାତ ୮୪୫. ୮ ମିମି ତୁଳନାରେ ଏହା ୯ ପ୍ରତିଶତ କମ୍। ଏହି ସମୟ ମଧ୍ୟରେ ୨ଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଓ ୧୭ ଜିଲ୍ଲାରେ ସ୍ବାଭାବିକ ବୃଷ୍ଟିପାତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.