ଭାରତରେ ରହିଛି ଏମିତି ଏକ ବିଚିତ୍ର ମନ୍ଦିର,ଯେଉଁଠି ପୂଜା ପାଆନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ

ପଣ ବହୁତ କମ୍‌ ଦେଖିଥିବେ ଯେଉଁଠି ପ୍ରଧାମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ମୂର୍ତ୍ତି ରଖି ପୂଜା ହେଉଥିବ । ହଁ ଆଜ୍ଞା ଆମ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହି ମନ୍ଦିର ଗୁଜୁରାଟର ଭରୁଚ୍‌ ଜିଲ୍ଲାରେ ରହିଛି ।

ଦୁନିଆରେ ଏମିତି ଅନେକ ମନ୍ଦିର ରହିଛି, ଯେଉଁଠି ଭଗବାନଙ୍କୁ ପୂଜା କରାଯାଏ । ତାସହିତ କିଛି ଏମିତି ମନ୍ଦିର ମଧ୍ୟ ରହିଛି ଯେଉଁଠି ପଶୁଙ୍କୁ ବି ପୂଜା କରୁଛନ୍ତି ଲୋକେ । କିନ୍ତୁ ଆପଣ ବହୁତ କମ୍‌ ଦେଖିଥିବେ ଯେଉଁଠି ପ୍ରଧାମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ମୂର୍ତ୍ତି ରଖି ପୂଜା ହେଉଥିବ । ହଁ ଆଜ୍ଞା ଆମ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହି ମନ୍ଦିର ଗୁଜୁରାଟର ଭରୁଚ୍‌ ଜିଲ୍ଲାରେ ରହିଛି ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ମନ୍ଦିରକୁ ଯିଏ ବନାଇଛନ୍ତି ତାଙ୍କ ନାଁ ମୋହନଲାଲ ଗୁପ୍ତା । ଯିଏ କି ସେ ରହୁଥିବା ଘରର ଛାତକୁ ମନ୍ଦିର କରିଦେଇଛନ୍ତି । ଏହି ମନ୍ଦିରରେ ପିଏମ ମୋଦି ଏବଂ ସିଏମ୍‌ ଯୋଗୀ ଆଦିତ୍ୟନାଥଙ୍କ ସହିତ ଭଗବାନ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଏବଂ ମାତା ସୀତାଙ୍କ ମୂର୍ତ୍ତି ବି ମହଜୁଦ୍‌ ରହିଛି । ମୋହନଲାଲ ଗୁପ୍ତା ମନ୍ଦିରର ସୁରକ୍ଷା ପାଇଁ ପିଏମ ମୋଦି ଓ ସିଏମଙ୍କ ମୂର୍ତ୍ତିକୁ ସ୍ଥାପନା କରିଦେଇଛନ୍ତି । ମୋହନଲାଲ୍‌ ଗୁପ୍ତା ଏହି ଦୁଇ ମୂର୍ତ୍ତିର ପୂରା ବିଧିବିଧାନର ସହିତ ପୂଜା କରୁଛନ୍ତି ।

ଆପଣ ଭାବୁଥିବେ କାହିଁକି ବ୍ୟକ୍ତିଜଣଙ୍କ ମୋଦି ଓ ଯୋଗୀଙ୍କୁ ଏପରି ପୂଜା କରୁଛନ୍ତି । ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମୋହନଲାଲ ଏମିିତି ମନ୍ଦିରରେ ଏମାନଙ୍କୁ ସ୍ଥାପନା କରିବା ପଛରେ ରହିଛି ବଡ କାରଣ । ଅବୈଧ ନିର୍ମାଣ ଭାଙ୍ଗିବା ଠାରୁ ବଞ୍ଚାଇବାକୁ ଏହି ମନ୍ଦିର ନିର୍ମାଣ କରିଛନ୍ତି ଗୁଜରାଟର ଅଙ୍କଲେଶ୍ୱର ଜିଲ୍ଲାର ମୋହନଲାଲ । ମୋହନଲାଲ ଅବୈଧ ନିର୍ମାଣ କରିଥିବା ଘର ଉପରେ ବନାଇଲେ ଭଗବାନ ରାମଙ୍କ ମନ୍ଦିର । ଆଉ ମନ୍ଦିର ସାମ୍ନାରେ ସୁରକ୍ଷା ଗାର୍ଡ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୂର୍ତ୍ତିକୁ ରଖିଦେଲେ ।

ଉତ୍ତରପ୍ରଦେଶ ବାସିନ୍ଦା ମୋହନଲାଲ ଗୁପ୍ତା ଗତବର୍ଷ ଅଙ୍କଲେଶ୍ୱରରେ ଏକ ବିଲଡିଂ କିଣିଥିଲେ । ଏହା ଉପରେ ଅବୈଧ ଭାବେ ଏକ ବିଲଡିଂ ନିର୍ମାଣ କରିଥିଲେ । ଏହାକୁ ନେଇ ଅଙ୍କଲେଶ୍ୱରର ଗଡକୋଲ ଗାଁର ଲୋକେ ନଗର ସୋସାଇଟିରେ ରହୁଥିବା ମନସୁଖ ରଖାସିୟା ଭରୁଚ-ଅଙ୍କଲେଶ୍ୱର ଅର୍ବାନ ଡେଭଲପମେଣ୍ଠ ଅଥରିଟିକୁ ଅଭିଯୋଗ କରିଥିଲେ । ଏହାର ଅଧିକାରୀ ବିଲଡିଂକୁ ଭାଙ୍ଗିବା ଶୁଣି ମୋହନଲାଲ ବିଲିଡିଂର ଛାତ ଉପରେ ରାମ ମନ୍ଦିର ତିଆରି କରିଦେଲେ ।

ଅଧିକାରୀ ଜଣକ ତଦାରଖ କରିବା ପାଇଁ ବିଲଡିଂରେ ପହଞ୍ଚିବା ପରେ ଯାହା ଦେଖିଥିଲେ ସେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ । ମୋହନଲାଲ ଘର ଭାଙ୍ଗିବାକୁ ରୋକିବା ପାଇଁ ଛାତ ଉପରେ ରାମ ମନ୍ଦିର ନିର୍ମାଣ କରିବା ସହିତ ସାମ୍ନାର ଗୋଟେ କଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୂର୍ତ୍ତି ଏବଂ ଆଉ ଏକ କଡରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୂର୍ତ୍ତି ତିଆରି କରିଦେଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.