ପାକିସ୍ତାନ ନିର୍ବାଚନ ଫଳାଫଳ: ‘ଆମ ଦଳ ସରକାର ଗଠନ କରିବାକୁ ଚେଷ୍ଟା କରିବ’, କହିଲା ଇମ୍ରାନ ଖାନଙ୍କ ପାର୍ଟି

ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ବି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାନ୍ତି । ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ଜଣେ ବରିଷ୍ଠ ନେତା ଗୌହର ଅଲି ଖାନ କହିଛନ୍ତି, ତାଙ୍କ ଦଳ ସରକାର ଗଠନ କରିବାକୁ ଚେଷ୍ଟା କରିବ ।

ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ବି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାନ୍ତି । ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ଜଣେ ବରିଷ୍ଠ ନେତା ଗୌହର ଅଲି ଖାନ କହିଛନ୍ତି, ତାଙ୍କ ଦଳ ସରକାର ଗଠନ କରିବାକୁ ଚେଷ୍ଟା କରିବ । କାରଣ, ସେମାନେ ସାଧାରଣ ନିର୍ବାଚନରେ ସବୁଠାରୁ ଅଧିକ ଆସନ ଜିତିଛନ୍ତି ।

କହି ରଖୁଛୁ, ଇମ୍ରାନ ଖାନ ବର୍ତ୍ତମାନ ପାକିସ୍ତାନର ଅଦିୟାଲା ଜେଲ୍‌ରେ ଅଛନ୍ତି । ଯଦିଓ ନିର୍ବାଚନ ଫଳାଫଳ ଭିତରେ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ସୈନ୍ୟ ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ସମ୍ବନ୍ଧିତ ୧୨ଟି ମାମଲାରେ ଜାମିନ ମିଳିଛି ।

ପାକିସ୍ତାନରେ ଗୁରୁବାର ମୋଟ ୨୬୫ଟି ନ୍ୟାସନାଲ ଆସେମ୍ବ୍ଲିର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ରିପୋର୍ଟ ମୁତାବକ, ଏବେ ସୁଦ୍ଧା ୨୫୦ରୁ ଅଧିକ ଆସନର ଫଳାଫଳ ଘୋଷଣା କରି ଦିଆଯାଇଛି । ଘୋଷିତ ଫଳାଫଳ ଅନୁସାରେ, ସର୍ବାଧିକ ୯୯ଟି ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୯୧ ଜଣ ପ୍ରାର୍ଥୀଙ୍କୁ ଇମ୍ରାନଙ୍କ ସମର୍ଥିତ ବୋଲି କୁହାଯାଉଛି । ସେପଟେ ନଓ୍ଵାଜ ଶରିଫ୍‌ଙ୍କ PML-Nକୁ ୬୯ ଏବଂ ସହଯୋଗୀ ପାର୍ଟି PPP ୫୨ଟି ଆସନରେ ବିଜୟ ହାସଲ କରିଛି ।

ପିଟିଆଇ ନେତା ଗୌହର ଅଲି ଖାନ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ସମସ୍ତ ଅନୁଷ୍ଠାନକୁ ତାଙ୍କ ଦଳର ଆଦେଶକୁ ସମ୍ମାନ ଦେବାକୁ କହିଛନ୍ତି । ସେ କହିଛନ୍ତି ଯେ ଯଦି ଶନିବାର ରାତି ସୁଦ୍ଧା ଅନ୍ୟ ବଳକା ଆସନଗୁଡ଼ିକର ଫଳାଫଳ ଘୋଷଣା କରା ନ ଯାଏ, ତେବେ ଦଳ ରବିବାର ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିବ ।

ସୂଚନାଥାଉ କି, ନ୍ୟାସନାଲ ଆସେମ୍ବ୍ଲିରେ ୩୩୬ ଆସନ ରହିଛି, ଯେଉଁଥିରୁ ୨୬୬ ପ୍ରାର୍ଥୀ ସାଧାରଣ ନିର୍ବାଚନରେ ଭୋଟିଂ ଜରିଆରେ ମନୋନୀତ ହୋଇଥାଆନ୍ତି । ବାକି ୭୦ଟି ଆସନ ସଂରକ୍ଷିତ ଥାଏ । ସେଥିରୁ ୬୦ଟି ମହିଳାଙ୍କ ପାଇଁ ଏବଂ ୧୦ଟି ଅଣ-ମୁସଲମାନ ପ୍ରାର୍ଥୀଙ୍କ ପାଇଁ ରହିଥାଏ । ନ୍ୟାସନାଲ ଆସେମ୍ବ୍ଲିରେ ବହୁମତ ପାଇଁ ୧୩୩ଟି ଆସନର ଆବଶ୍ୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.