Below header

ଶୋକ ସଭାରେ କାନ୍ଦୁଥିବା ମହିଳାଙ୍କୁ ଶାନ୍ତ୍ବନା ଦେଲା ମାଙ୍କଡ, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ

ଦିନକୁ ଦିନ ପଶୁ ମାନଙ୍କ ପ୍ରକୃତି ଦେଖିଲେ ଏପରି ଲାଗୁଛି ସେମାନେ ଯେମିତି ମଣିଷ ସହ ସମକକ୍ଷ । ଏହାର ଉଦାହାରଣ ଦେଖିବାକୁ ମିଳିଛି ବାଙ୍ଗାଲୁରୁର ଏକ ଛୋଟ ସହରରେ । ଯେଉଁଠି ଏକ ମାଙ୍କଡ ଜଣେ କାନ୍ଦୁଥିବା ମହିଳାଙ୍କୁ ଆଶ୍ବାସନା ଦେଉଥିବାର ଏକ ଭିଡିଓରେ ଦେଖିବାକୁ ମିଳିଛି । ଆଉ ଏହି ଭିଡିଓଟି ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ବେଙ୍ଗାଲୁରୁର ନାରଗୁଣ୍ଡ ଗାଁରେ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁପରେ ତାଙ୍କ ପରିବର ସଦସ୍ୟ ସେଠାରେ ଉପସ୍ଥିତି ହୋଇ କାନ୍ଦୁଥିଲେ । ହଠାତ ସେଠାକୁ ଏକ ମାଙ୍କଡ ଆସି ଜଣେ ନିଦ୍ଧିଷ୍ଟ ମହିଳାଙ୍କୁ ଶାନ୍ତ୍ବନା ଦେବାକୁ ଯାଇ ତାଙ୍କ ମୁଣ୍ଡକୁ ଆଣି ନିଜ କାନ୍ଧ ଉପରେ ରଖିଥିଲା । ଆଉ ସତେ ଯେମିତି ଆପଣାର କେହି କାନ୍ଦୁଛି ସେହିଭଳି ହାତକୁ ଧରି ବସିଥିଲା। ଆପଣ ଭିଡିଓରେ ଦେଖିପାରିବେ କିପରି ମଝିରେ ମଝିରେ ମହିଳାଙ୍କ ମୁଣ୍ଡ କାନ୍ଧରେ ରଖିଦେଉଥିଲା ମାଙ୍କଡ । ଏହି ଦୃଶ୍ୟ ଦେଖି ସେଠାକାର ଲୋକ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସେହି ସମୟରେ କାଳେ ମହିଳା ଜଣଙ୍କୁ ମାଙ୍କଡଟି କିଛି କ୍ଷତି କରିବ ସେହି ଭୟରେ କେହି ତାକୁ ଘଉଡିବାକୁ ମଧ୍ୟ ଚେଷ୍ଟା କରୁନଥିଲେ। ମାଙ୍କଡଟି କିଛି ସମୟ ପାଇଁ ସେଠାରେ ରହି ଚାଲି ଯାଇଥିଲା ।ଯେହେତୁ ଏହି ଘଟଣାଟି ହନୁମାନ ଜୟନ୍ତୀ ଦିନ ଘଟିଛି ତେଣୁ ଅନେକ ଏହାକୁ ବଜରଙ୍ଗବଲିଙ୍କ ଚମତ୍କାରିତା ବୋଲି ସ୍ଥାନୀୟ ଲୋକ କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.