କିଛି ଦିନ ହେଲା ରାସ୍ତାରେ ସ୍କୁଲ ଡ୍ରେସ ପିନ୍ଧି ଖୁବ ଷ୍ଟ୍ରିଟଫୁଡ ଖାଉଛନ୍ତି ଦୀପିକା , କାହିଁକି ଜାଣନ୍ତୁ

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତ୍ରୀ ଦୀପିକା ପାଦୁକୋଣ ଅନେକ ଦିନ ହେବ ଦିଲ୍ଲୀର ରାଜରାସ୍ତାରେ ସ୍କୁଲ ପୋଷାକ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳୁଛି। ସବୁଠାରୁ ଖାସ କଥା ହେଉଛି ଦୀପିକାଙ୍କୁ ଦେଖି ତାଙ୍କ ଫ୍ୟାନ୍ସ ମଧ୍ୟ ଚିହ୍ନିପାରୁନାହାନ୍ତି। ଏହାର କାରଣ ଦୀପିକାଙ୍କ ପରିବର୍ତ୍ତିତ ରୁପ। ଦୀପିକା ଏବେ ତାଙ୍କ ଆଗାମୀ ଫିଲ୍ମ ଛପାକର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଏହାର ସୁଟିଂ ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଛି ଯେଉଁଥିରେ ଦୀପିକାଙ୍କୁ ସ୍କୁଲ ପୋଷକରେ ଦେଖିବାକୁ ମିଳିଛି।

ଭିଡିଓରେ ଦୀପିକା ଦିଲ୍ଲୀର କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନାରେ କିଛି ଷ୍ଟ୍ରିଟ ଫୁଡ ଖାଉଥିବାର ନଜର ଆସିଛନ୍ତି। ଏହି ସମୟରେ ସେ ଧଳା ରଙ୍ଗର ଦୁପଟା ଏବଂ ପେଣ୍ଟ ସହ ବ୍ୟୁ ରଙ୍ଗର କୁର୍ତ୍ତି ପିନ୍ଧିଥିବାର ଦେଖାଯାଇଛନ୍ତି। ଏଥିରେ ଦୀପିକାଙ୍କ ସହ ଆଉ ଜଣେ ଝିଅ ମଧ୍ୟ ନଜର ଆସିଛନ୍ତି। ତେବେ ଏବେ ଦୀପିକା ଛପାକର ପ୍ରଥମ ସ୍କିଡ୍ୟୁଲ ଶେଷ କରିସାରିଛନ୍ତି ବୋଲି ଶୁଣିବାକୁ ମିଳିଛି।


ମେଘାନ ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଛପାକ ଫିଲ୍ମରେ ବିକ୍ରାନ୍ତ ମେସି ଏକ ଖାସ ଭୂମିକାରେ ନଜର ଅସିବେ। ତେବେ ଦୀପିକା ଏହି ଫିଲ୍ମରେ କେବଳ ମୁଖ୍ୟ ନାୟିକା ନୁହଁ ବରଂ ସହ-ପ୍ରଯୋଜକ ଭାବେ ମଧ୍ୟ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.