Below header

ଜାଣନ୍ତୁ ଜାପାନୀ ଏନସେଫାଲାଇଟ୍ସ ରୋଗର ଲକ୍ଷଣ ଏବଂ ଏହାର ନିରାକରଣ

ବିହାରର ପୁଜାଫରପୁର ଜିଲ୍ଲାରେ ଜାପାନୀ ଏନସେଫାଲାଇଟ୍ସ ବା ଜାପାନୀ ଜ୍ବର କାରଣରୁ ୧୦୦ ରୁ ଅଧିକା ପିଲାମାନଙ୍କ ମୃତ୍ୟୁ ହୋଇସାରିଛି। ସେହିଭଳି ଏହି ରୋଗ କାରଣରୁ ୨୦୧୪ରେ ୧୩୯ ଟି ପିଲା ଏବଂ ୨୦୧୨ରେ ୧୭୮ଟି ପିଲାଙ୍କର ମୃତ୍ୟୁ ହୋଇଥିଲା। ଏହି ରୋଗ ସମ୍ପର୍କରେ ଜାଣିବା ପାଇଁ ଗତ ରବିବାର ଦିନ ମୁଜାଫର ନଗରରେ ପହଞ୍ଚିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଦନ। ମସ୍ତିଷ୍କର ସୁଜନ ବା ଏନସେଫାଲାଇଟ୍ସ ସଂକ୍ରମଣରୁ ଏହି ରୋଗ ହୋଇଥାଏ। ପ୍ରାୟତଃ ଏହି ରୋଗ ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିମାନଙ୍କ ପାଖରେ ଦେଖାଯାଇଥାଏ। କଣ ଏହି ରୋଗ ଏହି ଜାଣିବା ନିହାତି ଆବଶ୍ୟକ। ବାସ୍ତବରେ ଏହି ରୋଗ ଅସାଧାରଣ ରୂପେ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। ବିଏଚଏମଏସ ଡାକ୍ତର ସ୍ବାତି ଭରଦ୍ବାଜଙ୍କ କହିବା ଅନୁଯାୟୀ ଜାପାନୀ ଜ୍ବର ଏକ ପ୍ରକାର ମସ୍ତିଷ୍କ ସଂକ୍ରମଣ ରୋଗ ହୋଇଥାଏ। ଏହି ରୋଗ ହେବା ସମୟରେ ଶରୀରରେ କମ୍ପନ ଆସିଥାଏ। ଏହି ରୋଗ ସମ୍ପର୍କରେ ଜାଣିବା ପାଇଁ ସିଟି ସ୍କାନ କରିବା ଉଚିତ। ଏହା ବ୍ୟତୀତ ରକ୍ତ ଏବଂ ପରିସ୍ରା ପରୀକ୍ଷା କରି ମଧ୍ୟ ଆପଣମାନେ ଏହି ରୋଗ ସମ୍ପର୍କରେ ସଂକେତ ପାଇପାରିବେ।

encephalitisଏହି ରୋଗର ଲକ୍ଷଣ:

-ଅଧିକାଂଶ ସମୟରେ ଶ୍ବାସକ୍ରିୟାରେ ସମସ୍ୟା ଦେଖାଯାଇଥାଏ।

-ଶରୀରର ତାପମାତ୍ରା ୧୦୦.୪ ବା ତା’ଠାରୁ ଅଧିକ ହୋଇଥାଏ।

-ଏହି ରୋଗ ହେବା ସମୟରେ ମୁଣ୍ଡ ଏବଂ ବେକରେ ଯନ୍ତ୍ରଣା ହୋଇଥାଏ।

ଏହାର କୌଣସି ଚିକିତ୍ସା ନାହିଁ ବୋଲି ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଟ୍ବିଟ୍ କରିଛନ୍ତି। କିନ୍ତୁ ଏହି ରୋଗ ହେବା ସମୟରେ ନିଜକୁ ସମ୍ପୂର୍ଣ୍ନ ଚିନ୍ତାରୁ ଦୂରରେ ରଖିବା ସହ ଉଚିତ ଖାଦ୍ୟ ସେବନ କଲେ ଏହି ସମସ୍ୟା ଦୂର ହୋଇଥାଏ ବୋଲି ଡା. ସ୍ବାତୀ ଭରଦ୍ବାଜ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.