ବାଡିରେ ଥିବା ଏହି ଫୁଲ ଦୂର କରିବ ଅନେକ ରୋଗ, ଆପଣଙ୍କ ବଗିଚାରେ ଅଛି ତ !

ଆମ ଆଖପାଖରେ ଥିବା ଗଛ ଆମକୁ ବହୁତ ରୋଗରୁ ମଧ୍ୟ ରକ୍ଷା କରିପାରିବ। ଆମେ ସେହି ଗଛକୁ ବ୍ୟବହାର କରି ଅନେକ ରୋଗରୁ ନିଜକୁ ରକ୍ଷା କରିପାରିବା। ଆମ ବାଡି ବଗିଚାରେ ଥିବା ଗଛ ଏବଂ ତାର ପତ୍ରକୁ ବ୍ୟବହାର କରି ଆମେ ଅନେକ ରୋଗରୁ ମୁକ୍ତି ପାଇବାରିବା। ତେବେ ଆଜି ଆମେ ଯେଉଁ ଗଛ ବିବଷୟରେ କହିବାକୁ ଯାଉଛୁ ତାହା ପ୍ରାୟ ସମସ୍ତଙ୍କ ବାଡିରେ ସହଜରେ ମିଳିଯାଇଥାଏ। ଆସନ୍ତୁ ଜାଣିବା ସେହି ଗଛ ବିଷୟରେ।

ଆପଣମାନେ ବାଡ଼ିରେ ଅପରାଜିତା ଗଛ ଦେଖିଥିବେ। ଏହାର ଫୁଲକୁ ଆମେ ପୂଜାରେ ବ୍ୟବହାର କରିଥାଉ। ମୁଖ୍ୟତଃ ଶନିଦେବଙ୍କ ପାଖରେ ଏହି ଫୁଲକୁ ଅର୍ପଣ କରାଯାଇଥାଏ। ହେଲେ କ’ଣ ଆପଣ ଏହି ଗଛର ଔଷଧୀୟ ଗୁଣ ବିଷୟରେ ଜାଣନ୍ତି ? ଫୁଲଟି ଦେଖିବାକୁ ଯେତିକି ସୁନ୍ଦର ଏହାର ଔଷଧୀୟ ଫାଇଦା ମଧ୍ୟ ସେତିକି ରହିଛି। ଏହି ଗଛ ଆୟୁର୍ବେଦିକ ଔଷଧର ଏକ ବଡ଼ ସ୍ରୋତ। ଏହି ଗଛରେ ଥିବା ଔଷଧୀୟ ଗୁଣ ଆମକୁ ଅନେକ ବଡ଼ ବଡ଼ ରୋଗରୁ ମୁକ୍ତି ଦେଇଥାଏ।

flowerସାରାଦିନର କାର‌୍ୟ୍ୟବ୍ୟସ୍ତ ମଧ୍ୟରେ ଯଦି ଥକ୍କା ଅନୁଭବ କରୁଛନ୍ତି, ତେବେ ଅପରାଜିତା ଫୁଲ ଚା’ର ସେବନ କରନ୍ତୁ। ଏହି ଫୁଲରୁ ପ୍ରସ୍ତୁତ ଚା’ କେବଳ ଥକାପଣ ଦୂର କରେ ତା’ ନୁହେଁ ବରଂ ସ୍ବାସ୍ଥ୍ୟଗତ ବିଭିନ୍ନ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।

ଏହା ସହ ପଢ଼ନ୍ତୁ : କ୍ୟାନସର ଠାରୁ ଆରମ୍ଭ କରି ଡାଇବେଟିସ ପର୍ଯ୍ୟନ୍ତ ସବୁକୁ ମାତ୍‌ ଦେଇଥାଏ ଏହି ଗଛ, ଆପଣଙ୍କ ବାଡିରେ ଅଛି କି?

ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଗ୍ଲାସ୍‌ ପାଣିକୁ ଭଲଭାବେ ଫୁଟାନ୍ତୁ। ସେଥିରେ ଚିନି ଏବଂ ଅପରାଜିତା ଫୁଲ ପକାଇ ୧ କପ୍‌ ହେବା ଯାଏ ଗରମ କରନ୍ତୁ। ଧୀରେ ଧୀରେ ପାଣିର ରଙ୍ଗ ନୀଳ ରଙ୍ଗ ଧାରଣ କରିବା ପରେ ଏହାକୁ ସେବନ କରନ୍ତୁ। ଗ୍ରୀନ୍‌ ଟି’କୁ ମଧ୍ୟ ମାତ୍ ଦେଇପାରେ ଏହି ଅପରାଜିତା ଫୁଲ ଚା‘।

ପ୍ରତିଦିନ ସକାଳ ଅବା ସନ୍ଧ୍ୟାରେ ଏହି ଚା’ ସେବନ କଲେ ସଂକ୍ରମଣ ଜନିତ ସମସ୍ୟା, ଚର୍ମରୋଗ ମଧ୍ୟ ଭଲ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। କେବଳ ସେତିକି ନୁହେଁ, ଏହି ଫୁଲକୁ ଶୁଖାଇ ଏଥିରେ ଗୁଣ୍ଡ ମଧ୍ୟ ପ୍ରସ୍ତୁତ କରାଯାଏ। ଏହି ଗୁଣ୍ଡକୁ ଚିନି ଓ ପାଣି ସହ ମିଶାଇ ସରବତ୍‌ ଆକାରରେ ମଧ୍ୟ ପିଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.