Below header

କରୋନାକୁ ନେଇ କୋକୁଆ ଭୟ, ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଟପିଥିବା ବେଳେ ୩ ହଜାର ୪୯୪ ଜଣ ହରାଇ ସାରିଲେଣି ପ୍ରାଣ

କେନ୍ୟୁଜ୍:କରୋନାକୁ ନେଇ କୋକୁଆ ଭୟ । ସମଗ୍ର ଦେଶରେ ଆତଙ୍କ ଖେଳାଇଛି କରୋନା । ବିଶ୍ୱବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଭାଇରସ୍‌ ୯୩ଟି ଦେଶକୁ ବ୍ୟାପିଲାଣି । ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଟପିଥିବା ବେଳେ ୩ ହଜାର ୪୯୪ ଜଣ ପ୍ରାଣ ହରାଇଛନ୍ତି । କେବଳ ଚୀନ୍‌ରେ ୩ ହଜାର ୭୦ଜଣଙ୍କ ଜୀବନ ଯାଇଛି । WHO ପୁଣି ଥରେ କରୋନା ବ୍ୟାପିବା ନେଇ ଚେତାବନୀ ଦେବା ସହ ଯୁଦ୍ଧକାଳୀନ ଭିତ୍ତିରେ ସବୁ ଦେଶ ଏହାର ମୁକାବିଲା କରିବାକୁ ଆହ୍ଵାନ ଦେଇଛି । ଏପରି ଏକ ବିଶାଳ ସଙ୍କଟର ମୁକାବିଲା ପାଇଁ ବିଶ୍ୱସ୍ତରରେ ସମନ୍ଵୟ ଜରୁରୀ ବୋଲି WHO ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.