କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ପାଇଁ ସାଂସଦ କୋଟାକୁ ଆଉ ସଂରକ୍ଷଣ କରାଯିବନି : ଶିକ୍ଷା ମନ୍ତ୍ରଣାଳୟ

କେନ୍ଦ୍ର ସରକାର ଗତବର୍ଷ ଠାରୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ପାଇଁ ସାଂସଦ ସମତେ ଅନ୍ୟ ସମସ୍ତ କୋଟାକୁ ସମାପ୍ତ କରିଛନ୍ତି । ଏହାର ଉଦ୍ଦେଶ୍ୟ କେନ୍ଦ୍ରୀୟ ବିଦ୍ୟାଳୟରେ ୪୦ ହଜାରରୁ ଅଧିକ ସିଟ୍‌ ଖାଲି କରିବା । ତେଣୁ ଆଉ ସାଂସଦ କୋଟାରେ କେଭିରେ ଆଡମିଶନ ହୋଇପାରିବ ନାହିଁ ।

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟାକୁ ଆଉ ସଂରକ୍ଷଣ କରିବାକୁ ମନା କରିଦେଇଛନ୍ତି କେନ୍ଦ୍ର ସରକାର । ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ସୋମବାର ଲୋକସଭା ପ୍ରଶ୍ନକାଳରେ କହିଛନ୍ତି, ସଂସଦର ସଦସ୍ୟଙ୍କ କୋଟା ଯୋଗୁଁ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରତି ସେକ୍ସନରେ ୪୦ରୁ ଅଧିକ ଛାତ୍ର ନାମ ଲେଖାଉଛନ୍ତି । ଏହାଦ୍ୱାରା ଶ୍ରେଣୀରେ ଛାତ୍ର-ଶିକ୍ଷକଙ୍କ ଅନୁପାତରେ ଅଧିକ ହୋଇଗଲେଣି । ଯାହାର ପ୍ରଭାବ ପାଠପଢା ଉପରେ ପଡୁଛି । ଏମିତିରେ ସରକାର ସାଂସଦ କୋଟାକୁ ସଂରକ୍ଷିତ ନ କରିବାକୁ ବିଚାର କରୁଛି । ନୂଆ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଛାତ୍ର-ଶିକ୍ଷକ ଅନୁପାତ ରଖିବା ଜରୁରୀ ।

କେନ୍ଦ୍ର ସରକାର ଗତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରବେଶ ପାଇଁ ସାଂସଦ ସମେତ ଅନ୍ୟ କୋଟା ସମାପ୍ତ କରିଦିଆଯାଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟରେ ୪୦ ହଜାରରୁ ଅଧିକ ସିଟ୍‌ ଖାଲି କରିବା ଏହାର ଉଦ୍ଦେଶ୍ୟ ଥିଲା ।

ଦେଶରେ ୧,୨୦୦ କେନ୍ଦ୍ରୀୟ ବିଦ୍ୟାଳୟ ରହିଛି । ଯେଉଁଥିରେ ୧୪.୩୫ ଲକ୍ଷ ଛାତ୍ର ପଢନ୍ତି । ୧୨ଶ ଯାଏଁ ପିଲା ପଢିବା ପାଇଁ ସ୍କୁଲରେ ସିଟ୍‌ ସୀମିତ ରହିଛି । ତେଣୁ କିଛି ପିଲା ହିଁ ଆଡମିଶନ କରିପାରୁଛନ୍ତି । ଲୋକସଭାରେ ୫୪୩ ଏବଂ ରାଜ୍ୟସଭାରେ ୨୪୫ ସାଂସଦ ସାମୁହିକ ରୂପେ କୋଟା ଯୋଗୁଁ ଏକ ବର୍ଷରେ ୭,୮୮୦ ପିଲାଙ୍କ ଏଣ୍ଟ୍ରି ପାଇଁ ସୁପାରିଶ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.