Below header

ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ଡେଭିଡ୍ ହେଡଲୀକୁ ଜେଲରେ ଆକ୍ରମଣ

ନୂଆଦିଲ୍ଲୀ : ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ଡେଭିଡ୍ ହେଡଲୀକୁ ଜେଲରେ ଆକ୍ରମଣ। ଆମେରିକା ଚିକାଗୋ ଜେଲରେ ତାକୁ ମରଣାନ୍ତକ ଆକ୍ରମଣ ହୋଇଛି। ଏବେ ହେଡଲୀର ଅବସ୍ଥା ଗୁରୁତର ରହିଛି। ତାକୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ବର୍ତ୍ତମାନ ତାକୁ ୨୪ ଘଣ୍ଟିଆ ଅବଜର୍ଭେସନରେ ରଖିଛନ୍ତି ଡାକ୍ତର। ଦୁଇ ଜଣ କଏଦୀ ଜେଲ୍ ଭିତରେ ଡେଭିଡ୍ ହେଡଲୀକୁ ମରଣାନ୍ତକ ଆକ୍ରମଣ କରିଥିଲେ। ୨୦୦୮ ମୁମ୍ବାଇ ଆକ୍ରମଣର ସେ ହେଉଛି ମୁଖ୍ୟ ଷଡ଼ଯନ୍ତ୍ରକାରୀ। ସେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନ ପାଇଁ ଗୁପ୍ତଚର କାମ କରୁଥିଲା।

taj hotelପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ କାମ କରୁଥିଲା ଡେଭିଡ୍ ହେଡଲୀ। ଭାରତ ଆସି ଆକ୍ରମଣର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲା। ମୁମ୍ବାଇ ଆକ୍ରମଣ ମାମଲାରେ ୨୦୧୩ ଜାନୁଆରୀ ମାସରେ ଆମେରିକାର ଏକ କୋର୍ଟ ତାକୁ ୩୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.