Below header

ବନ୍ୟା ସମୟରେ ଓ ବନ୍ୟା ପରେ ସ୍ୱାସ୍ଥ୍ୟ ସେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ବନ୍ୟା ସମୟରେ ଓ ବନ୍ୟା ପରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ । ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ଅବିରତ ବର୍ଷା ଯୋଗୁ ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଗତକାଲି ସୁଦ୍ଧା ୧୭ଟି ମେଡିକାଲ ରିଲିଫ କେନ୍ଦ୍ର କାର୍ୟ୍ୟ କରୁଥିବା ବେଳେ ୧୩ଟି ଭ୍ରାମ୍ୟମାଣ ଡାକ୍ତରୀଦଳ ନିୟୋଜିତ ହୋଇଛନ୍ତି ।

ସବୁ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଲୋଜେନ ବଟିକା, ଓଆରଏସ, ବ୍ଲିଚିଂ ପାଉଡର, ଆବଶ୍ୟକ ଔଷଧ ମହଜୁଦ ରଖାଯାଇଛି। ରାଜ୍ୟସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ୟ୍ୟ କରୁଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.