Below header

ଏପରି ଏକ ଚିଡ଼ିଆଖାନା, ଯେଉଁଠି ଦଗାବାଜ୍‌ ସାଥୀଙ୍କ ନାଁରେ ପାଳୁଛନ୍ତି ସାପ

ପ୍ରେମରେ ଧୋକା ଖାଇଥିବା ସାଥୀଙ୍କ ଉପରେ ପ୍ରାୟ ସମସ୍ତଙ୍କ ମନରେ ଖୁବ ରାଗ ଭରି ରହିଥାଏ। ଏପରିକି ତାଙ୍କ ଜୀବନରେ ସାଥିଙ୍କ ପାଇଁ ବିଷ ଭରିଯାଇଥିବା ଜଣାପଡ଼ିଥାଏ। ଏପରି ଲୋକଙ୍କ ରାଗକୁ ଶାନ୍ତ କରିବା ପାଇଁ ଅଷ୍ଟ୍ରେଲିଆର ଏକ ଚିଡିଆଖାନରେ ଅଭିନବ ପ୍ରକାରର ପ୍ରତିଯୋଗିତା ଆରମ୍ଭ କରାଯାଇଛି। ଆପଣ ଏଠାରେ ଥିବା ନିଜର ପୂର୍ବ ପ୍ରେମିକା ଅଥବା ପ୍ରେମିକଙ୍କ ନାମରେ ଏକ ସାପର ନାମ ଦେଇପାରିବେ। ଏହି ନିୟମ ଆସନ୍ତା ଭାଲେଣ୍ଟାଇନ ଡେରୁ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତା ଦ୍ବାରା ଲୋକଙ୍କ ରାଗ ଶାନ୍ତ ହେବା ସହ ଚିଡିଆଖାନାରେ ଥିବା ଜୀବଙ୍କର ମଧ୍ୟ ଫାଇଦା ହୋଇଯିବ।

snake

 

କିପରି ହେବ ଏହିପ୍ରତିଯୋଗିତା
ଏଥିପାଇଁ ଆପଣଙ୍କୁ କିଛି ଖାସ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଏଥିପାଇଁ ଖାଲି ୱାଇଲ୍ଡ ସିଡନୀ ଜୁ’ରେ ଥିବା ବନ୍ୟ ଜୀବନ ସଂରକ୍ଷଣର ଏକ କୋଷରେ ଏକ ଡଲାର ଟଙ୍କା ଦାନ କରିବାକୁ ପଡ଼ିବ। ଯାହାପରେ ଆପଣଙ୍କୁ ୨୫ଟି ଶବ୍ଦ ମଧ୍ୟରେ ସାପଙ୍କ ନାମ ଦେବାକୁ ପଡ଼ିବ। ଏହି ସମୟରେ ଆପଣ ସାପଙ୍କ ନାମ ପୂର୍ବ ପ୍ରେମିକା ଅଥବା ପ୍ରେମିକଙ୍କ ନାମରେ ରଖିପାରିବେ। ଏହି ପ୍ରକ୍ରିୟାରେ ଜୀବଜନ୍ତୁଙ୍କ ଫାଇଦା ହେବା ସହ ଆପଣଙ୍କ ରାଗ ଶାନ୍ତ ମଧ୍ୟ ହେବ।

ନିଶ୍ଚିତ ପଢ଼ନ୍ତୁ:ପାଗ ହିସାବରେ ଶରୀରର ତାପମାନ ବଦଳିବ ଏହି କପଡ଼ା , ବୈଜ୍ଞାନିକଙ୍କ କଲେ ଏପରି ଆବିଷ୍କାର

ଏପରି କିଛି ପ୍ରତିଯୋଗିତା ପ୍ରଥମ ଥର ହେଉ ନାହିଁ । ଏହା ପୂର୍ବରୁ ମଧ୍ୟ ଏକ ସ୍ଥାନରେ ଅସରପାଙ୍କର ପୂର୍ବ ପ୍ରେମିକାଙ୍କ ନାମ ଦେବାର ଏକ ଖେଳ ଦେଖାଯାଇଥିଲା। ଏହି ପ୍ରକ୍ରିୟାରେ ଲୋକ ନିଜ ରାଗ ଏବଂ ଈର୍ଷା ଶାନ୍ତ କରିବା ପାଇଁ ଜୀବଜନ୍ତୁଙ୍କ ନାମ ଦେଇଥିଲେ । ଏଥିରେ ଚିଡ଼ିଖାନାର ମଧ୍ୟ କିଛି ଆୟ ହୋଇ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.