ମହାଭାରତର ଏମିତି ଜଣେ ଯୋଦ୍ଧା, ଯିଏ ଦୁଇ ମାତାଙ୍କ ଗର୍ଭରୁ ଅଧା ଅଧା ଜନ୍ମ ହୋଇଥିଲେ

କେବଳ ଯୁଦ୍ଧ ନୁହେଁ ସଂପର୍କର ମାୟାଜାଲକୁ ନେଇ ମଧ୍ୟ କାହାଣୀ ମହାଭାରତ । ତେବେ କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ଯୁଦ୍ଧ ପାଇଁ ପରିଚିତ ମହାଭାରତ । ଏହି ଯୁଦ୍ଧରେ ଅନେକ ଯୋଦ୍ଧାଙ୍କ ଜୀବନ ଯାଇଥିଲେ । ଆଜି ଆମେ ଏମିତି ଜଣେ ଯୋଦ୍ଧାଙ୍କ ବିଷୟରେ କହିବୁ ଯାହାଙ୍କ ଜୀବନ କୌରବଙ୍କ ହାତରେ ଯାଇଥିଲା । ଆଉ ଏହି ଯୋଦ୍ଧାଙ୍କ ଜନ୍ମ ଗୋଟିଏ ମା ଗର୍ଭରୁ ହୋଇନଥିଲା । ଏହି ଯୋଦ୍ଧାଙ୍କ ନାଁ ହେଉଛି ଜରାସନ୍ଧ । ମହାଭାରତ ଗ୍ରନ୍ଥ ଅନୁସାରେ ଜରାସନ୍ଧଙ୍କ ଜନ୍ମ ଦୁଇ ଜଣ ମାତାଙ୍କ ଗର୍ଭରୁ ହୋଇଥିଲା । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ କାହାଣୀ ।

ଏହା ସହ ପଢନ୍ତୁ ଯେଉଁ ୫ ଗାଁ ପାଇଁ ହୋଇଥିଲା ମହାଭାରତ ଯୁଦ୍ଧ, ଦେଖନ୍ତୁ କେମିତି ଅଛି ସେଗୁଡିକର ଅବସ୍ଥା

ମଗଧର ରାଜା ବୃହଦ୍ରନାଥଙ୍କ ଦୁଇଜଣ ରାଣୀ ଥିଲେ । କିନ୍ତୁ ତାଙ୍କର କୌଣସି ସନ୍ତାନ ନଥିଲେ । ତେଣୁ ସନ୍ତାନ ପାଇବା ଇଛାରେ ଋଷି ଚନ୍ଦ୍ରକୌଶିକଙ୍କ ଆଶ୍ରମରେ ରାଜା ବୃହଦ୍ରନାଥ ତାଙ୍କର ସେବା କରିବାକୁ ଲାଗିଲେ । ଏଥିରେ ପ୍ରସନ୍ନ ହୋଇ ଋଷି ମହାରାଜାଙ୍କୁ ଏକ ସେଓ ଦେଇଥିଲେ ଆଉ ରାଣୀଙ୍କୁ ଖାଇବାକୁ ଦେବାକୁ କହିଥିଲେ । ତେବେ ରାଜା ବୃହଦ୍ରନାଥ ନିଜର ଦୁଇ ରାଣୀଙ୍କୁ ବହୁତ ପ୍ରେମ କରୁଥିଲେ । ସେଥିପାଇଁ ସେ ସେଓକୁ ଦୁଇ ଭାଗ କରି ଦୁଇ ଜଣଙ୍କୁ ଦେଇଥିଲେ । ଆଉ ସେଓକୁ ଖାଇବା ପରେ ଉଭୟ ରାଣୀ ଗର୍ଭବତୀ ହୋଇଥିଲେ । ହେଲେ ପ୍ରସବ ପରେ ଉଭୟ ରାଣୀଙ୍କ ଗର୍ଭରୁ ଅଧା ଅଧା ପିଲା ଜନ୍ମ ହୋଇଥିଲେ । ଆଉ ଏଭଳି ଦେଖି ଦୁଇ ଜଣ ରାଣୀ ଭୟରେ ନିଜ ସନ୍ତାନକୁ ଜଙ୍ଗଲରେ ଛାଡି ଦେଇଥିଲେ ।

ଏହା ସହ ପଢନ୍ତୁ ମହାଭାରତରେ ଭଗବାନ ଶ୍ରୀ କୃଷ୍ଣ କହିଥିଲେ ଘରେ ନିଶ୍ଚୟ ରଖନ୍ତୁ ଏହି ଜିନିଷ, ଜାଣନ୍ତୁ କଣ ସେହି ପବିତ୍ର ପାଂଚ ବସ୍ତୁ

ଏହି ଜଙ୍ଗଲରେ ଜରା ନାମକ ଜଣେ ଯାଦୁଗରଣୀ ରହୁଥିଲେ । ଯିଏ ନିଜ ଶକ୍ତି ବଳରେ ଦୁଇ ଖଣ୍ଡ ପିଲାକୁ ଯୋଡି ଦେଇଥିଲେ । ଏକଥା ଜଣା ପଡିବା ପରେ ରାଜା ବୃହଦ୍ରନାଥ ସେହି ଯାଦୁଗରଣୀର ନାଁ ଅନୁସାରେ ନିଜ ପିଲାର ଜରାସନ୍ଧ ରଖିଥିଲେ । ଇଏ ସେହି ଜରାସନ୍ଧ ଯିଏ ମହାବଳୀ ଭୀମଙ୍କ ସହ ଯୁଦ୍ଧ କରିଥିଲେ । ଆଉ ଉଭୟଙ୍କ ମଧ୍ୟରେ ଏହି ଯୁଦ୍ଧ ୨୮ ଦିନ ଯାଏଁ ଚାଲିଥିଲା । ଆଉ ଶେଷରେ ଭୀମଙ୍କ ହାତରେ ଜରାସନ୍ଧର ଜୀବନ ଯାଇଥିଲା । ମହାଭାରତ ଯୁଦ୍ଧରେ ଭୀମ ଏବଂ ଜରାସନ୍ଧଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା । ଯେଉଁଥିରେ ଜରାସନ୍ଧ ଶରୀରକୁ ଦୁଇ ଖଣ୍ଡ କରି ଭିନ୍ନ ଭିନ୍ନ ଦିଗରେ ଫିଙ୍ଗି ଦେଇଥିଲେ ମହାବଳୀ ଭୀମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.