Below header

କୁଆଡ଼େ ଗଲା କ୍ୟାପଟେନ୍ ରୋହିତ ଶର୍ମାଙ୍କ ଜର୍ସି, କେବେ ଶଙ୍କର ତ କେବେ ପାଣ୍ଡ୍ୟଙ୍କ ପୋଷାକରେ ଆସୁଛନ୍ତି ନଜର

ନୂଆଦିଲ୍ଳୀ : ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି୨୦ ସିରିଜର ତିନିଟି ମ୍ୟାଚରେ ଭାରତୀୟ ଟିମର ଅଧିନାୟକତା କରିଥିବା ରୋହିତ ଶର୍ମା ପୁଣି ଥରେ ଆଉ କାହାର ଜର୍ସି ପିନ୍ଧିଥିବା ନଜର ଆସିଥିଲେ। ଏହା ପୂର୍ବରୁ ମଧ୍ୟ ତାଙ୍କୁ ଏକ ମ୍ୟାଚରେ ଆଉ କାହାର ଜର୍ସି ପିନ୍ଧିଥିବା ଦେଖାଯାଇଥିଲା। ଏବେ ରୋହିତ ନିଜ ଜର୍ସି ନପିନ୍ଧିବା ଏକ ବଡ ପ୍ରଶ୍ନ ପାଲଟିଥିବା ବେଳେ ଏନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି।

rohit-sharma

ଏହି ପ୍ରଶ୍ନ ସୋସିଆଲ ମିଡିଆରେ ଆସିବା ପରେ ଏହାର ଉତ୍ତରରେ ଫ୍ୟାନ୍ସ ମାନେ ବିଭିନ୍ନ ପ୍ରକାରର ଉତ୍ତର ରଖିଛନ୍ତି। କିଛି ଫ୍ୟାନ୍ସ ସେ ରନ କରିନପାରୁଥିବାରୁ ଏପରି କରିଥିବା କହିଥିବା ବେଳେ କିଛି ନ୍ୟୁଜିଲ୍ୟାଣ୍ଡ ସିରିଜ୍ ଜିତିବା ପାଇଁ ଏପରି କରାଯାଇଥିବା କହିଛନ୍ତି। କିନ୍ତୁ ଅଧିକାଂଶ ଫ୍ୟାନ୍ସଙ୍କ କହିବାନୁଯାୟୀ, ରୋହିତଙ୍କୁ ବୋଧ ହୁଏ ତାଙ୍କ ସାଇଜର ଜର୍ସି ମିଳିନାହିଁ ଏଣୁ ସେ ଅନ୍ୟମାନଙ୍କଠୁ ମାଗିକି ଜର୍ସି ପିନ୍ଧୁଛନ୍ତି। ପ୍ରଶଂସକ ମାନେ ଏହାର ଅନେକ କାରଣ ଖୋଜୁଥିବା ବେଳେ ଏନେଇ ଖେଳାଳୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

rohit 2

କ୍ରିକେଟର ରୋହିତ ଶର୍ମାଙ୍କୁ ଦ୍ବିତୀୟ ଦିନର ଖେଳରେ ଶଙ୍କରଙ୍କର ଜର୍ସି ପିନ୍ଧିଥିବା ନଜର ଆସିଥିଲେ। ଜର୍ସିର ନମ୍ବର ୫୯ ରହିଥିଲା ଏବଂ ରୋହିତ ସେହି ମ୍ୟାଚରେ ଖୁବ ଦମଦାର ପ୍ରଦର୍ଶନ ମଧ୍ୟ କରିଥିଲେ। ସେହିପରି ୩ୟ ମ୍ୟାଚରେ ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜର୍ସିରେ ଦେଖିବାକୁ ମିଳିଥିଲା। ଜର୍ସିର ନମ୍ବର ୩୩ ରହିଥିବା ବେଳେ ଏଥିରେ ରୋହିତ ୩୮ ରନ କରିଥିଲେ। ତେବେ ସିରିଜରେ ରୋହିତଙ୍କ ବୋଲିଂରେ ଖୁବ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.