Below header

ଚନ୍ଦ୍ରଭାଗାରେ ଭୋରରୁ ପଡିବ ମାଘ ବୁଡ, ଜାଣନ୍ତୁ କଣ ରହିଛି ମହାତ୍ମ୍ୟ

ଆସନ୍ତା କାଲି ମାଘ ସପ୍ତମୀ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଚନ୍ଦ୍ରଭାଗା। ଭୋର ରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତିର୍ଥ ପୁଷ୍କରଣୀରେ ବୁଡ ପକାଇବା ସହ ସୂର୍ଯ୍ୟ ଦର୍ଶନ କରିବେ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। କୁହାଯାଏ ଯେ ଶ୍ରଦ୍ଧାଳୁମାନେ ମାଟି ହାଣ୍ଡିରେ ରୋଷେଇ କରି ଖାଇ ସେହି ହାଣ୍ଡିକୁ ନେଇ ହାଣ୍ଡି ଭଙ୍ଗା ଗାଡିଆରେ ବାଡେଇ ଭାଙ୍ଗିବା ପରମ୍ପରା ରହିଛି।

magha_prepairationବିଶ୍ବାସ ରହିଛି ଯେ ଏହି ତିଥିରେ କୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ପାଣିରେ ସ୍ନାନ କରିଥିଲେ। ୨୭ ଦିନ ରହି ପାଣିରେ ତପସ୍ୟା କରି କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିଲେ।

magha_saptamiସେହିଦିନ ଠାରୁ ଏହି ସପ୍ତମୀ ତିଥିରେ ଚନ୍ଦ୍ରଭାଗା ବୁଡ ଅନୁଷ୍ଠିତ ହୋଇ ଆସୁଛି।ଏଥିପାଇଁ ସ୍ବାସ୍ଥ୍ୟ,ପରିମଳ ଓ ପିଇବା ପାଣି ପାଇଁ ସବୁ ପ୍ରକାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.