ସହରୀ ନକ୍ସଲଙ୍କୁ ସୁରକ୍ଷା ଦେଉଛି କଂଗ୍ରେସ : ନରେନ୍ଦ୍ର ମୋଦି

ଛତିଶଗଡ଼ : କଂଗ୍ରେସ ସହରୀ ନକ୍ସଲଙ୍କୁ ସୁରକ୍ଷା ଦେଉଛି । ସେପଟେ ଛତିଶଗଡ଼କୁ ନକ୍ସଲମୁକ୍ତ କରିବ କହୁଛି । ଏଭଳି ଢଙ୍ଗରେ ଛତିଶଗଡ଼ରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛତିଶଗଡ଼ରେ ଆସନ୍ତା ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବ । ଆଜି ନକ୍ସଲ ପ୍ରଭାବିତ ବସ୍ତର ଅଞ୍ଚଳରେ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି । କହିଛନ୍ତି, ସହରୀ ମାଓବାଦୀମାନେ ଏସି ରୁମରେ ରହୁଛନ୍ତି । ବିଦେଶରେ ରହି ପାଠ ପଢୁଛନ୍ତି । ବିଳାସପୂର୍ଣ୍ଣ କାରରେ ବୁଲୁଛନ୍ତି । ସହରୀ ମାଓବାଦୀମାନେ ବିଶୃଙ୍ଖଳା ସୃଷ୍ଟି କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଆମେ ବାଜପେୟୀଙ୍କ ସ୍ୱପ୍ନ ପୂରଣ କରିବୁ । ଜଗଦ୍ଦଳପୁରରେ ରାଲି ପରେ ରାଜନନ୍ଦଗାଁଓ ରୋଡ ସୋରେ ମୋଦି ଯୋଗ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.