Below header

ଦେଶର ପ୍ରଥମ ଅଣ୍ଡରଓ୍ଵାଟର ମେଟ୍ରୋ ଟ୍ରେନ ଲୋକାର୍ପଣ କଲେ ମୋଦି, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲ । ନଦୀ ତଳେ ୫୨୦ ମିଟରର ଟନେଲ । ଏହି ମେଟ୍ରୋ ପ୍ରକଳ୍ପ କୋଲକାତା ହାୱଡ଼ା ମୈଦାନ ଓ ଏସପ୍ଲାନେଡକୁ ସଂଯୋଗ କରୁଛି । କୋଲକାତା ଇଷ୍ଟ-ୱେଷ୍ଟ ମେଟ୍ରୋର ଏହା ଏକ ସଂପ୍ରସାରଣ । ୧୬.୬ କିଲୋମିଟର ସଂପ୍ରସାରଣ ହୋଇଛି ।

ପଶ୍ଚିମବଙ୍ଗ କୋଲକାତା ହୁଗୁଳି ନଦୀ ତଳେ ମେଟ୍ରୋ ଟ୍ରେନକୁ ଲୋକାର୍ପଣ କରିଛନ୍ତି ମୋଦି । ଏହି ମେଟ୍ରୋ ଟ୍ରେନ ହାୱାଡ଼ା ମୈଦାନ ଠାରୁ ଏସପ୍ଲେନେଡ ପର୍ଯ୍ୟନ୍ତ ଚାଲିବ । ଏହି ଦୂରତା ଅତିକ୍ରମ କରିବାକୁ ଲାଗିବ ୪୫ ସେକେଣ୍ଡ । ହୁଗୁଳି ନଦୀର ୩୨ ମିଟର ଗଭୀରରେ ଏହି ଟ୍ରେନ ଚଳାଚଳ ପାଇଁ ଅନୁମତି ମିଳିଛି । ଏହି ଅଣ୍ଡର ୱାଟର ମେଟ୍ରୋ ଟ୍ରେନ ଚାଲିବା ଫଳରେ ଯାତ୍ରୀଙ୍କ ଯାତାୟାତର ସମୟ ହ୍ରାସ ପାଇବ ।

ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲ । ନଦୀ ତଳେ ୫୨୦ ମିଟରର ଟନେଲ । ଏହି ମେଟ୍ରୋ ପ୍ରକଳ୍ପ କୋଲକାତା ହାୱଡ଼ା ମୈଦାନ ଓ ଏସପ୍ଲାନେଡକୁ ସଂଯୋଗ କରୁଛି । ଏହା କୋଲକାତା ଇଷ୍ଟ-ୱେଷ୍ଟ ମେଟ୍ରୋର ୧୬.୬ କିଲୋମିଟର ସଂପ୍ରସାରଣ ହୋଇଛି । ଏହା ମଧ୍ୟରେ ୧୦.୮ କିଲୋମିଟର ଲମ୍ବର ଅଣ୍ଡରଗ୍ରାଉଣ୍ଡ ଟନେଲ ରହିଛି । ହାୱଡ଼ା ମୈଦାନ ଠାରୁ ଏସପ୍ଲେନେଡ ପର୍ଯ୍ୟନ୍ତ ୪.୮ କିମିର ରୁଟ ନିର୍ମାଣ କରାଯାଇଛି । ଏହି ରୁଟରେ ୪ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ହାୱଡ଼ା ମୈଦାନ, ହାୱଡ଼ା ଷ୍ଟେସନ, ମହାକରଣ ଓ ଏସପ୍ଲେନେଡ ହାୱଡ଼ା ଷ୍ଟେସନ ସାମିଲ ରହିଛି । ଏହା ଭୂମିଠାରୁ ୩୦ କିମି ତଳେ ନିର୍ମିତ ହୋଇଛି ।

ହୁଗୁଳି ନଦୀ ତଳେ ଏହା ନିର୍ମିତ ହୋଇଛି । କୋଲକାତାରେ ଟ୍ରାଫିକ ଗହଳିକୁ କମ୍ କରିବ ଏହି ପ୍ରକଳ୍ପ। ଏହି ଅଣ୍ଡର ଗ୍ରାଉଣ୍ଡ ମେଟ୍ରୋ ଭାରତର ଗଭୀରତମ ମେଟ୍ରୋ ଷ୍ଟେସନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.