ଜାଗର ପାଇଁ ଚଳଚଞ୍ଚଳ ଆଖଣ୍ଡଳମଣି ପୀଠ, ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ

ଦିନକ ପରେ ଜାଗର ଯାତ୍ରା । ଚଳଚଞ୍ଚଳ ଆରଡି ଆଖଣ୍ଡଳମଣି ପୀଠ । ଜାଗରଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ସମସ୍ତ ପ୍ରକାରର ପ୍ରସ୍ତୁତି ଚାଲିଛି ଆରଡିର ପୀଠରେ ।

ଭଦ୍ରକ (କେନ୍ୟୁଜ): ଦିନକ ପରେ ଜାଗର ଯାତ୍ରା । ଚଳଚଞ୍ଚଳ ଆରଡି ଆଖଣ୍ଡଳମଣି ପୀଠ । ଜାଗରଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ସମସ୍ତ ପ୍ରକାରର ପ୍ରସ୍ତୁତି ଚାଲିଛି ଆରଡିର ପୀଠରେ । ପୂବରୁ ଜିଲ୍ଲା ପ୍ରଶସାନ ପକ୍ଷରୁ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଗତକାଲି ଉପଜିଲ୍ଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ପାତ୍ର ଆରଡିରେ ପହଁଚି ସେବାୟତମାନଙ୍କ ସହ ଆଲୋଚନା କରିଥିଲେ ।

ମହାଶିବରାତ୍ରୀ ଦିନ ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେଥିପାଇଁ ବୟାରିକେଡର ବ୍ୟବସ୍ଥା କରାଯାଇଛି । ଏଥିସହ ପୀଠର ପରିମଳ ବ୍ୟବସ୍ଥା ସମେତ ସମସ୍ତ ପ୍ରକାରର ସୁବନ୍ଦୋବସ୍ତ ପାଇଁ ଲାଗି ପଡିଛି ମନ୍ଦିର ପ୍ରଶାସନ । ଜାଗର ଦିନ ବାବାଙ୍କ ନୀତିକାନ୍ତୀ ସଠିକ ସମୟରେ ସମାପନ ଲାଗି ମଦଯ ସେବାୟତ ଓ ପାଳିଆ ସେବାୟତଙ୍କ ସହ ଉପଜିଲ୍ଲାପାଳ ଆଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.