ମହାକାଶରୁ କେମିତି ଦେଖାଯାଏ ଦିନ ଓ ରାତିର ଭାରତ, ଫଟୋ ଜାରି କଲା ନାସା

କେନ୍ୟୁଜ୍: ମହାକାଶରୁ କେମିତି ଦେଖାଯାଏ ଦିନ ଓ ରାତିର ଭାରତ । ଦକ୍ଷିଣ ଭାରତର ବିଭିନ୍ନ ଅଞ୍ଚଳର ଫଟୋ ଜାରି କରିଛି ନାସା । ନାସାର ୨୦ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଫଟୋ ଜାରି କରିଛନ୍ତି ମହାକାଶଚାରୀ । ଦିନରୁ ରାତି ମଧ୍ୟରେ ପ୍ରତି ୨୪ ଘଣ୍ଟାରେ ୧୬ଥର ଏହି ପଥରେ ଗତି କରି ଫଟୋକୁ ଉତ୍ତୋଳନ କରାଯାଇଛି । ରାତିର ଫଟୋକୁ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରୁ ଉତ୍ତୋଳନ କରାଯାଇଥିବା ବେଳେ ଫଟୋରେ ସମଗ୍ର ଅଞ୍ଚଳର ସ୍ପଷ୍ଟ ଚିତ୍ର ଦେଖାଯାଇଛି ।

nasaକୋଚି, କୋୟମ୍ବଟୁର ଭଳି ବିଭିନ୍ନ ସହରର ଭୌଗୋଳିକ ସ୍ଥିତି, ସହରରେ ଜନସାଧାରଣଙ୍କ ଚଳାଚଳ, ବିଭିନ୍ନ ରାଜପଥକୁ ଯୋଡ଼ୁଥିବା ସହର ଆଦି ଫଟୋରେ ସ୍ପଷ୍ଟ ଭାବେ ଦେଖାଯାଇଛି । ଫଟୋରେ ଦେଖାଯାଇଥିବା ପାହାଡ଼ ଦକ୍ଷିଣଘାଟ ପର୍ବତମାଳା ବୋଲି ଜଣାପଡ଼ିଛି । ଦିନର ଫଟୋକୁ ଜେମିନି ୧୧ ମହାକାଶଯାନରୁ ଉତ୍ତୋଳନ କରାଯାଇଛି । ଏଥିରେ ସମୁଦ୍ରତଟ, ଭୌଗୋଳିକ ଅବସ୍ଥିତି, ଭୂମିର ରଙ୍ଗ ଦେଖାଯାଇଥିବା ବେଳେ ମନୁଷ୍ୟଙ୍କ ଅବସ୍ଥିତି କିନ୍ତୁ ଦେଖାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.