ଆସନ୍ତାକାଲିଠୁ ୩ଦିନ ଧରି ଚାଲିବ ପଦୋନ୍ନତି ଅଦାଲତ, ୨୨୭୩ଜଣ ଆବେଦନକାରୀଙ୍କ ନାମ ପଞ୍ଜୀକୃତ

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତାକାଲିଠାରୁ ବସିବ ପଦୋନ୍ନତି ଅଦାଲତ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଦାଲତ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପାଇନଥିବା ଅଧିକାରୀମାନେ ଏଥିରେ ପକ୍ଷ ରଖିବେ । ଏପର୍ଯ୍ୟନ୍ତ ୨୨୭୩ ଆବେଦନକାରୀଙ୍କ ନାଁ ତାଲିକାଭୁକ୍ତ ହୋଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ୬ ଜଣ ବରିଷ୍ଠ ଆଇଏଏସ୍ ଅଫିସର ପଦୋନ୍ନତି ପାଇଁ ଶୁଣାଣି କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟ ଶାସନ ସଚିବ ଶୁଣାଣି କରିବେ । ଆଇଏଏସ୍ ସୁରେଶ ମହାପାତ୍ର ଗୋପବନ୍ଧୁ ଏକାଡେମୀରେ ଶୁଣାଣି କରିବେ । ସେହିପରି କୃଷି ଭବନରେ ପ୍ରଦୀପ୍ତ କୁମାର ମହାପାତ୍ର, କଳିଙ୍ଗ ଷ୍ଟାଡିୟମ୍‌ରେ ଆର. କେ ଶର୍ମା, ଏସ୍‌ଆଇଆରଡି କନ୍‌ଫରେନ୍ସ ହଲ୍‌ରେ ପ୍ରଦୀପ ଜେନା, ଇଡ୍‌କୋ କନ୍‌ଫରେନ୍ସ ହଲ୍‌ରେ ମୋନା ଶର୍ମା ଶୁଣାଣି କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.